ଆର୍‌ଏସ୍‌ପି ଦ୍ୱାରା ପ୍ରାୟୋଜିତ ୩୨ଜଣ ଯୁବକଯୁବତୀଙ୍କ ଏନଏସଆଇସିରୁ ସଫଳତାର ସହ ସମାପ୍ତ କଲେ ଆଜୀବିକା ପ୍ରଶିକ୍ଷଣ

1 min read
Spread the love

ଏନଏସଆଇସି କ୍ଲାସ ରୁମରେ ଆଇବ୍ରୋ ଥ୍ରେଡିଂ ପ୍ରଶିକ୍ଷଣ ନେଉଥିବା ବେଳେ ନୁଆଗାଁ ବ୍ଲକର ବାଗଡେଗା ଗାଁର ବ୍ୟୁଟିସିଆନ ପ୍ରଶିକ୍ଷାର୍ଥୀ ଜାଟ୍ରି କେର୍କେଟ୍ଟା କୁହନ୍ତି, “ଏନଏସଆଇସିରେ ଦୁଇ ମାସର ପାଠ୍ୟକ୍ରମ ମୋ’ର ବ୍ୟୁଟିସିଆନ ଦକ୍ଷତାରେ ଉନ୍ନତି ଆଣିଛି ଏବଂ ମୋତେ ଅଧିକ ପେଷାଦାର ଗଢିଛି।    ଦୁଇ ମାସର ଆସିଷ୍ଟାଣ୍ଟ ବିୟୁଟିସିଆନ୍ ପାଠ୍ୟକ୍ରମ ସଂପୂର୍ଣ୍ଣ କରିଥିବା ଆରଏସପିର ପୁନର୍ବସତି କଲୋନୀ ଏବଂ ପାର୍ଶ୍ଵାଞ୍ଚଳ ଚାରିଟି ବ୍ଲକ କୁଆରମୁଣ୍ଡା, ଲାଠିକଟା, ନୁଆଗାଁ ଏବଂ ବିଶ୍ରାର ଅନ୍ୟ ୧୫ ଜଣ ପ୍ରଶିକ୍ଷାର୍ଥୀ ଆରଏସପି ସିଏସଆର ବିଭାଗ ଓ ଏନଏସଆଇସିକୁ ସେମାନଙ୍କୁ କୁଶଳୀ ଗଢିବା ଏବଂ ଉଦ୍ୟୋଗୀ ହେବା ପାଇଁ ସେମାନଙ୍କର ଆତ୍ମବିଶ୍ୱାସ ଆଣିବା ନିମନ୍ତେ କୃତଜ୍ଞତା ଜଣାଇଛନ୍ତି।

ଦୁଇ ମାସର ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ ପ୍ରଶିକ୍ଷଣ ସମାପ୍ତ କରିଥିବା ଅନ୍ୟ ୧୬ ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ଅନୁରୂପ ମତପୋଷଣ କରନ୍ତି। ନୁଆଗାଁ ବ୍ଲକର ସଞ୍ଜୀବ କୁମାର ମହାତୋ କୁହନ୍ତି ଯେ “ଏହି ତାଲିମ ମୋତେ ପୂର୍ବ ଅପେକ୍ଷା ବହୁତ ସହଜରେ ଚାକିରି ଖୋଜିବାରେ ସାହାଯ୍ୟ କରିବ”। ଅନ୍ୟ ପ୍ରଶିକ୍ଷାର୍ଥୀ ଶ୍ରୀ ଶ୍ୟାମ ମୁଣ୍ଡାରୀ କୁହନ୍ତି, ବର୍ତ୍ତମାନ ମୁଁ ନିଜେ ସ୍ଵାଧୀନ ଭାବରେ କାର୍ଯ୍ୟ କରି ରୋଜଗାର କରିପାରିବି।

ଏନଏସଆଇସି ସେକ୍ଟର ୧୫ ଠାରେ ଅନୁଷ୍ଠିତ ସାର୍ଟିଫିକେଟ ବିତରଣ ଉତ୍ସବରେ ସମସ୍ତ ପ୍ରଶିକ୍ଷାର୍ଥୀ ହସହସ ମୁହଁରେ ସେମାନଙ୍କର ପ୍ରମାଣପତ୍ର ଗ୍ରହଣ କରିଥିଲେ। ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ପ୍ରତାପ କୁମାର ସ୍ଵାଇଁ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସିଏସ୍ଆର୍ ବିଭାଗର ମହା ପ୍ରବନ୍ଧକ ସୁଶ୍ରୀ ମୁନମୁନ୍ ମିତ୍ର, ସହକାରୀ ମହା ପ୍ରବନ୍ଧକ ଟି ବି ଟପ୍ପୋ ଏବଂ ଏନଏସଆଇସିର ମହାପ୍ରବନ୍ଧକ ବି ଏମ୍ ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!