ଓଡ଼ିଆ ଚଳଚ୍ଚିତ୍ର ନାୟିକା ସୂର୍ଯ୍ୟମୟୀଙ୍କ ଦ୍ୱାରା ଦ ପିଙ୍କ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ୨୦୨୩ ଉଦଘାଟିତ
1 min read
ଓଡ଼ିଶାର ଗଣ ପର୍ବ ରଜ ପର୍ବ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହେଉଥିବା ବେଳେ ରାଉରକେଲା ସ୍ପୋର୍ଟସ ଆସୋସିଏସନର ମହିଳା ଶାଖା ଦ ପିଙ୍କ ପକ୍ଷରୁ ନିଆରା ଢଙ୍ଗରେ ରଜ ମହୋତ୍ସବ ୨୦୨୩ ନାମରେ ଏକ ତିନିଦିନିଆ କାର୍ଯ୍ୟକ୍ରମ ଜଗଦା କମ୍ୟୁନିଟି ସେଣ୍ଟର ସାମ୍ନା ପଡ଼ିଆରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଚଳଚ୍ଚିତ୍ରର ନାୟିକା ସୂର୍ଯ୍ୟମୟୀ ବୁଧବାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମନ୍ଜିତ ସିଂ, ସମାଜସେବୀ ମାଲିନ୍ଦର କାଉର, ଦୀପିକା ମହିଳା ସଙ୍ଘତିର ଉପ ସଭାପତି ହର୍ଷିଲା ସୂର୍ଯ୍ୟବଂଶୀ ପ୍ରମୁଖ ଅଥିତି ଭାବେ ଉପସ୍ଥିତି ଥିଲେ। ଆୟୋଜକମାନଙ୍କ ତରଫରୁ ଜନ ସାଧରଣଙ୍କ ମନୋରଞ୍ଜନ ପାଇଁ ରଜ ଦୋଳି ଓ ବିଭିନ୍ନ ଖାଦ୍ୟପେୟ ଷ୍ଟଲ ଲଗା ଯାଇଛି। ଏଥିରେ କୁନି କୁନି ଝିଅ ମାନଙ୍କ ବ୍ୟତୀତ ଅଥିତିମାନେ ରଜ ଦୋଳିର ମଜା ନେଇଥିଲେ। ଏହି ଅବସରରେ, ରଜ ସଜବାଜ ପ୍ରତିଯୋଗିତା, ଓଡ଼ିଆ ପିଠା ପ୍ରତିଯୋଗିତା, ରଜ ପାନ ଭଙ୍ଗା ପ୍ରତିଯୋଗିତା, ଲୁଡୋ ପ୍ରତିଯୋଗିତା ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ରଜ ମହୋତ୍ସବ ୨୦୨୩ ପାଳନ ଅବସରରେ କୁମାରୀ ଝିଅଙ୍କ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ତିନୋଟି ବର୍ଗରେ ରଜ ପରୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। ପୁର୍ବରୁ ଅନୁଷ୍ଠିତ ହୋଇଥିବା ମେଗା ଅଡିସନରେ ପ୍ରାୟ ୬୫ ଜଣ ପ୍ରତିଯୋଗୀ ତିନୋଟି ବର୍ଗର ଫାଇନାଲକୁ ଉତ୍ତୀର୍ଣ ହୋଇଛନ୍ତି। ଏହି ଫାଇନାଲରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ ରାଉଣ୍ଡ ପରେ ୧୬ ତାରିଖ ସନ୍ଧ୍ୟାରେ ବିଚାରକ ମାନଙ୍କ ଦ୍ୱାରା ବିଜୟିନୀ ମାନଙ୍କୁ ମୁକୁଟ ପ୍ରଦାନ କରାଯିବ। ଚଳଚିତ୍ର ନାୟିକା ସୂର୍ଯ୍ୟମୟୀ ଓ ଅଭିନେତା ପୁଫିନ୍ଦର ବିଚାରକ ଭାବେ ପତିଯୋଗୀ ମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରୁଛନ୍ତି। ପ୍ରତିଯୋଗୀମାନଙ୍କ ପ୍ରତିଭା ପ୍ରଦର୍ଶନ ବ୍ୟତୀତ ପ୍ରତିଷ୍ଠିତ ନୃତ୍ୟଗୁରୁ ମାନଙ୍କ ଦ୍ୱାରା କେବଳ ଲୋକପ୍ରିୟ ଓଡ଼ିଆ ଗୀତର ତାଳରେ ଗ୍ରୁପ ଡ୍ୟାନ୍ସ ପ୍ରଦର୍ଶନ କରାଯାଉଛି। ଶେଷ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ ସିଂ, ପ୍ରସିଦ୍ଧ ଅକ୍ଷୟ ସଙ୍ଗୀତ ଗାୟକ ବନୋଜ ମହାନ୍ତି ଓ ଅରୁଣୀମା ଇତ୍ୟାଦି ପୁରୁଣା ଓଡ଼ିଆ ଚଳାଚ୍ଚିତ୍ର ଗୀତ ପ୍ରଦର୍ଶନ କରିବେ।
ଉଦଘାଟନ କାର୍ଯ୍ୟକ୍ରମରେ ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ମିହିର ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦ ପିଙ୍କର ସଭାପତି ବବିତା ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟକ୍ତ କରିଥିଲେ। ସାଧାରଣ ସମ୍ପାଦିକା ମମତାଞ୍ଜଳି ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଦି ପିଙ୍କର ସଦସ୍ୟ ମୌସୁମୀ ମହାନ୍ତି, ଅଜିତା ମହାନ୍ତି, ଡାକ୍ତର ଗୀତାଞ୍ଜଳି ପତ୍ରି, ରଶ୍ମିବାଳା ରାଉତରାୟ, ହରପାଲ ରୂପରା, ସୁଶ୍ମିତା ଦାସ, ଜୁଲି ଶତପଥୀ, ସ୍ୱାଗତିକା ପଟନାୟକ, ନିତୁ ମହାନ୍ତି, ସୋନି ପିଲାଇ, ଅନିତା ରାୟ, କଲ୍ୟାଣି ଦାସ, କନକ ଲତା ମିଶ୍ର, ସୁଷମା କରାଦେ, ଉମା ପାତ୍ର, ସ୍ଵର୍ଣପ୍ରଭା ଦଣ୍ଡପାଟ, ମମତା ରାଉତ, ଜ୍ୟୋସ୍ନା ପ୍ରଧାନ, ଚନ୍ଦନା କବି ଆଦିଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।