ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା  ପକ୍ଷରୁ ୩୦ରୁ ଅଧିକ ବିରଳ ପ୍ରଜାତିର ସୁରକ୍ଷା ପାଇଁ ପ୍ରଜାପତି ପାର୍କର ପ୍ରତିଷ୍ଠା

1 min read

default

Spread the love

କମ୍ପାନିର ନିଜ କାର୍ଯ୍ୟ ପରିସରରେ ଜୈବ ବିବିଧତାକୁ ଗୁରୁତ୍ୱ ଦେଉଛି


ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ା ଜିଲ୍ଲାରେ ଏକ ନୂତନ ପ୍ରଜାପତି ପାର୍କ ବା ମନୋରମ ଉଦ୍ୟାନ ପ୍ରତିଷ୍ଠା କରିଛି। ଏହି ପାର୍କରେ ବିଭିନ୍ନ ଉଦ୍ଭିଦ ପ୍ରଜାତିର ୧୦୦ରୁ ଅଧିକ ରୋପଣ କରାଯାଇଛି। ଏହିସବୁ ଉଦ୍ଭିଦ ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାପତିଙ୍କୁ ଆକର୍ଷିତ କରିବ ବୋଲି ସୂଚନା ଦିଆଯାଇଛି। ପ୍ରଜାପତିଙ୍କ ପାଇଁ ସ୍ଥାନୀୟ ଉଦ୍ଭିଦ ଜୀବଜନ୍ତୁଙ୍କ ପାଇଁ ବିରଳ ଫୁଲ ଗଛ, ପକ୍ଷୀ, ମହୁମାଛି ପ୍ରଭୃତିଙ୍କ ସମାରୋହରେ ଏକ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି। ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ପରିବେଶ ପାଇଁ ଏହା ସ୍ଥାପନା କରାଯାଇଛି

ବେଦାନ୍ତ ଆଲୁମିନିୟମ ଦୃଢ ଭାବରେ ବିଶ୍ୱାସ କରେ ଯେ, ଜୈବ ବିବିଧତାର ବିକାଶ ପରିବେଶ, ସମାଜ ପାରିପାର୍ଶିକ ସ୍ଥିତି ଉପରେ ପ୍ରଭାବ ପକାଇବ। ଏହି କ୍ରମରେ ମିଳିତ ଜାତିସଂଘ ଦ୍ୱାରା ପରାମର୍ଶ ଦିଯାଇଥିବା ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ କମ୍ପାନି ପ୍ରତିବଦ୍ଧ ରହିଛି ବୋଲି ସୂଚନା ଦିଆଯାଇଛି। ଭାରତ ସରକାରଙ୍କ  ଦ୍ୱାରା ଆହ୍ୱାନ କରାଯାଇଥିବା ‘ଉନ୍ନତ ଜୀବନ ଶୈଳୀ ପାଇଁ ଅନୁକୂଳ ପରିବେଶ’ନୀତି ପାଳନ କରି କମ୍ପାନି ତାର କାର୍ଯ୍ୟକଳାପରେ ଜୈବ ବିବିଧତାର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛି। ଏହା ଦ୍ୱାରା ବିଲୁପ୍ତ ପ୍ରାୟ ପ୍ରଜାତିର ବାସସ୍ଥାନର ପୁନରୁଦ୍ଧାର ସଂରକ୍ଷଣ ହୋଇପାରିବ ବୋଲି କୁହାଯାଇଛି।ପ୍ରଜାପତି ମନୋରମ ଉଦ୍ୟାନ ବା ବଟରଫ୍ଲାଏ ପାର୍କ ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ମଧ୍ୟ ମିଳିତ ଜାତି ସଂଘ ଆଭିମୁଖ୍ୟ ପ୍ରତି ଅବଦାନ ଯୋଗାଉଛି।

ବେଦାନ୍ତ ଆଲୁମିନିୟମ ଝାରସୁଗୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁନୀଲ ଗୁପ୍ତା ଉଦବୋଧନ ଦେଇ ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ପରିବେଶର ସ୍ଥିରତା ପାଇଁ ଜୈବ ବିବିଧତା ପ୍ରତିପାଦନ କରିବା ଜରୁରୀ ବୋଲି କହିଛନ୍ତି। ସ୍ଥାନୀୟ ଉଦ୍ଭିଦ ଜିବଜନ୍ତୁଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ଆମର ପରିବେଶ ପରିଚାଳନା ଦାୟିତ୍ୱ ଆହୁରି ମଜବୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ପାରର ପ୍ରତିଷ୍ଠା କରି ଆମେ ଆମେ ପରିବେଶର ବିକାଶ ଭବିଷ୍ୟତ ଲାଗି ଏକ ସବୁଜ ତଥା ସ୍ଥାୟୀ ପରିବେଶ ଗଠନରେ ସହାୟକ ହେବୁ ବୋଲି ଶ୍ରୀ ଗୁପ୍ତା ଆଶା ବ୍ୟକ୍ତ କରିଛନ୍ତି।

ବିଶ୍ୱ ପରିବେଶ ସପ୍ତାହ ଜୈବ ବିବିଧତା ସପ୍ତାହର ଏକ ଅଂଶ ଭାବରେ କମ୍ପାନି ଏହାର ବାର୍ଷିକ ଆଭିମୁଖ୍ୟରେ ଗ୍ରୀନ ହାର୍ଟସ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛ। ସେହି ପଦକ୍ଷେପ ମଧ୍ୟରେ

  • ଝାରସୁଗୁଡ଼ାରେ ରୋଟାରି କ୍ଲବ ସହିତ ମିଶି ସହରରେ ସ୍ୱଛତା ଅଭିଯାନ
  • ଝାରସୁଗୁଡ଼ାର ଏକ ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଆଶା କିରଣରେ ଆୟୋଜିତ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା କାର୍ଯ୍ୟକ୍ରମରେ ଉତ୍ସାହ ସୃଷ୍ଟି
  • ଲୁପ୍ତ ପ୍ରାୟ ପ୍ରଜାତିର କ୍ଲୋରୋସ୍କିଲନ ସୁଇଟେନିଆର ବୃକ୍ଷ ରୋପଣ ଅଭିଯାନ
  • କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଏକ ସ୍ୱଛ ସବୁଜ ପରିବେଶ ସୃଷ୍ଟି ପାଇଁ ସେମାନଙ୍କ ପ୍ରତବିଦ୍ଧତାକୁ ଦର୍ଶାଇ ସାଇକେଲ ରାଲି ୱାକାଥନର ଆୟୋଜନ
  • ଡ୍ରାମା କାହାଣୀରେ ଜଡ଼ିତ କାର୍ଯ୍ୟକ୍ରମ ମାଧ୍ୟମ ପରିବେଶ ପ୍ରତି କ୍ଷତିକାରକ ପ୍ରଭାବ ସମ୍ପର୍କରେ ସଚେତନତା
  • ପରିବେଶ ଉପଯୋଗୀ ବିଷୟକୁ ନେଇ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ କୌତୁକିଆ ପୋଷାକ ପ୍ରତିଯୋଗିତାର ଆୟୋଜନ

ଆଦି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।

ଏହା ବ୍ୟତୀତ ସ୍ଥାନୀୟ ସଙ୍ଗଠନମାନଙ୍କ ସହିତ ମିଶି ବେଦାନ୍ତ ଆଲୁମିନିୟମ ସଫଳତାର ସହ ବହୁ ସଂଖ୍ୟକ ବୃକ୍ଷ ରୋପଣ କରିଛି ପରିବେଶକୁ ସବୁଜ ସୁନ୍ଦର କରିବା ସହ କାର୍ବନ ସିଙ୍କ ସୃଷ୍ଟି କରିଛି

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଆର୍ଥିକ ବର୍ଷ ୨୦୨୨-୨୩ ରେ .୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା କମ୍ପାନୀ। ବେଦାନ୍ତ ଆଲୁମିନିୟମର ଅନ୍ତର୍ଜାତୀୟ ଡାଓ ଜୋନସ ସଷ୍ଟେନେବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ସ୍ଥାନ ହାସଲ କରିଥିବା ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ଅଟେ। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଣ୍ଟ ଆଲୁମିନା ରିଫାଇନାରୀ ଆଦିରେ କାର୍ଯ୍ୟ କରୁଛି। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରିବାରେ ଅଗ୍ରସର ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!