ସବୁ ସମୟରେ ରାଉରକେଲା ସହରର ବିଜୟ ରାଉତଙ୍କ ପାନର ଆଦର

1 min read
Spread the love

ରଜ ଆସିଲେ ସହର ଠୁ ପୁରପଲ୍ଲୀ ସବୁ ଉତ୍ସବ ମୁଖର ହୁଏ। ଘରେ ଘରେ ପିଠା ପଣାର ମହକ ଛୁଟେ। ରଜଦୋଳି, ତାସଖେଳ, ଲୁଡୁ, ବାଗୁଡି,ନୃତ୍ୟ ଗୀତରେ ସମସ୍ତେ ମତୁଆଲ ହୁଅନ୍ତି। ରଜପାନର ଚାହିଦା ଥିଲା, ରହିଛି, ରହିବ ମଧ୍ୟ। ଏହି କ୍ରମରେ ସେକ୍ଟର-୫ ମାର୍କେଟରେ ପାନ ବ୍ୟବସାୟ କରୁଥିବା ବିଜୟ କୁମାର ରାଉତ କୁହନ୍ତି ଯେ ସେ ଦୀର୍ଘ ୪୩ ବର୍ଷ ଧରି ପାନ ସହ ଅନ୍ୟାନ୍ୟ ଜିନିଷର ବେପାର କରନ୍ତି। କିନ୍ତୁ ରଜ ଆସିଲେ ହଠାତ୍ ପାନ ତାଙ୍କର ବେପାର ବଢିଯାଏ। ଶ୍ରୀ ରାଉତଙ୍କ ପାନର ଚାହିଦା ରହିଛି। ତାଙ୍କ ପାନ ରାଉରକେଲା ସହିତ ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିଛି।

ଏହା ସହିତ ସହରର ଜର୍ମାନ କ୍ଲବ, ଦୀପ୍ତି ହୋଟେଲ, ରାଉରକେଲା କ୍ଲବ ସମେତ ତଥା ଭୁବନେଶ୍ଵରକୁ ସେ ପାନ ପଠାଇଥାନ୍ତି ବୋଲି କହିଛନ୍ତି। ରଜପାନକୁ ବିଭିନ୍ନ ମସଲାରେ ସଜାଇ ସେ ପ୍ରସ୍ତୁତ କରିସାରିଲା ପରେ ଯେତେବେଳେ ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି। ସେତେବେଳେ ସେମାନଙ୍କ ହସ ତାଙ୍କୁ ତୃପ୍ତି ପ୍ରଦାନ କରିଥାଏ ବୋଲି ସେ କୁହନ୍ତି। ରଜ ଆସିବା ପୂର୍ବରୁ ସେ ଆଗୁଆ ଅର୍ଡର ପାଇଥାନ୍ତି। ପାନଭଙ୍ଗା ରେ ଘରେ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରିଥାନ୍ତି । ରଜ ଆସିଲେ ରଜପାନ ର ଚାହିଦା ସବୁବେଳେ ରହିଛି ବୋଲି ସେ କୁହନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!