ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆୟୋଜିତ

1 min read
Spread the love

ରାଉରକେଲା ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବ ଓ ସାହିତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଉପସଭାପତି ଡଃ ସନାତନ ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରଧ୍ଯାପକ ଡଃ ରବିନ୍ଦ୍ର କୁମାର ଜେନା ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ। ଅତିଥିମାନେ ଆଲୋଚ୍ୟ ବିଷୟ ‘ଉତ୍କଳୀୟ କୃଷି ସଂସ୍କୃତିର ଅନନ୍ୟ ପର୍ବ ରଜପର୍ବ’ ସମ୍ପର୍କରେ ଆଲୋଚନା କରିଥିଲେ। ଡଃ ଜେନା ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ ଧରିତ୍ରୀ ମାତା ର ରଜ ସମୟରେ ଉର୍ବରତା ବୃଦ୍ଧି ପାଇଥାଏ । କୃଷକ ମାଟି ମା କୁ ସମ୍ମାନ ଦେଇ ରଜ ପରଠାରୁ ଚାଷ କାମରେ ଲାଗିଯାଏ। ଉତ୍କଳୀୟ ସଂସ୍କୃତିର ମହାନପର୍ବ ହେଉଛି ରଜପର୍ବ। ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ, ସ୍ବାସ୍ଥ୍ୟଭିତ୍ତିକ ମଧ୍ୟରେ ଅପୂର୍ବ ସମନ୍ବୟ ତଥା କୃଷି ସଂସ୍କୃତି ଉପରେ ପର୍ଯ୍ୟବେଶିତ ହେଉଛି ରଜପର୍ବ। ପ୍ରାରମ୍ଭରେ ସମ୍ପାଦକ ଅଶୋକ ବଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଡଃ ପ୍ରଧାନ ଅତିଥିଙ୍କ ପରିଚୟ ଓ ସଭାପତି ଶ୍ରୀ ମିଶ୍ର ସ୍ବାଗତ ଭାଷଣ ରଖିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲାବେଳେ  ଅର୍ଚ୍ଚନା ମହାନ୍ତି ଓ ଶ୍ବେତ କୁମାର ବେହେରା ଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ତାରିଣୀ ଚରଣ ସାହୁ, କିଶୋରୀ ମୋହନ କର, ରବୀନ୍ଦ୍ରନାଥ ମହାନ୍ତି, ଉପେନ୍ଦ୍ର ବସ୍ତିଆ, ଡଃ ଜୟନ୍ତୀ ପାଢୀ, ସାଗର ମହାନ୍ତି, ଅଶୋକ ପଟ୍ଟନାୟକ,ଆଶୁତୋଷ ଜ୍ୟୋତିଷୀ, କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ଶ୍ବେତ କୁମାର ବେହେରା ପ୍ରମୁଖ କବିତା ପାଠ କରିଥିବା ବେଳେ ଶେଷରେ ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ମନୋଜ କୁମାର ପଣ୍ଡା, ଜ୍ଞାନେନ୍ଦ୍ର କୁମାର ଦାଶ, କୈଳାଶ ସାବତ, ଟୁକୁଲା ପାଢୀ, ଜଗନ୍ନାଥ ରାଉତ,ପ୍ର ଦୀପ କୁମାର ପଟ୍ଟନାୟକ, ଅକ୍ଷୟ ସାମଲ, ରାଧାମୋହନ ନାୟକ, ପର୍ଶୁରାମ ପଟ୍ଟନାୟକ, ବିଣାପାଣୀ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!