ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ତରଫରୁ  ସାରା ରାଜ୍ୟରେ ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ

1 min read
Spread the love

ମଣିଷ ଜୀବନ ପାଇଁ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ବଲାଙ୍ଗୀର, ଟିଟିଲାଗଡ଼ ୧୦୬ ତମ ଶାଖାର  ମିଳିତ ଆନୁକୂଲ୍ୟରେ ଆଠ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ କ୍ୟାମ୍ପ କରି ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିବା ଜଣପଡ଼ିଛି।  ସେହିପରି ଟିଟିଲାଗଡ ଶାଖା ତରଫରୁ  ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପରିଚାଳନା କରିବାରେ ସଭାପତି ଯୁବ ରୋନକ ମାରୋଡ଼ିଆ, ଜଗଦୀଶ କମାନି, ଗୋପାଳ ଜୈନ, ସମ୍ପାଦକ ୟୁବା ପଲ୍ଲବୀ ଜୈନ, ରାଜେଶ ଶର୍ମା, ରାହୁଲ ଜୈନ, କନ ଭେନର ୟୁବା ଅର୍ଚ୍ଚନା ଅଗ୍ରୱାଲ, ଆନନ୍ଦ ଜୈନ, ଆରୁଶ ଶର୍ମାଙ୍କ ସମେତ ଏହି ଶାଖାର କର୍ମକର୍ତା ପ୍ରକାଶ ଅଗ୍ରୱାଲ, ପ୍ରେମ ଜୈନ, ନରେଶ ଅଗ୍ରୱାଲ, ଅଙ୍କୁର ଅଗ୍ରୱାଲ, ଶଶି ଜୈନ, ରିଙ୍କୁ ଅଗ୍ରୱାଲ, ବିକାଶ ବାଗଡି, ଡ ମୋହନ ଲାଲ ଜୈନ, ଦେବ ଶର୍ମା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା ଓ ଟିଟିଲାଗଡର ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ।  ଏହି ଶିବିରରେ ମୋଟ ୨୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତ ଅଭାବ ଯୋଗୁଁ ଓ ବିଶେଷ କରି ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତଦାନ ହାର କମି ଯାଉ ଥିବା ଯୋଗୁଁ ରୋଗୀ ଙ୍କ ସମ୍ପର୍କୀୟ ରକ୍ତ ପାଇଁ ବେଶ୍ ଡହଳ, ବିକଳ ହେଉଥିବା ଦେଖା ଯାଉଛି। ରାଜ୍ୟ ସ୍ତରୀୟ ଏହି ରକ୍ତଦାନ ଶିବିର ଆୟୋଜନ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!