ଆଇନଜୀବୀ ଓ ସମାଜସେବୀ ମୁରଲିଧର ପରିଜାଙ୍କ ପଞ୍ଚମ ସ୍ମୃତି ଚାରଣ ସଭା

1 min read
Spread the love

ରାଉରକେଲାର ମୁରଲିଧର ପରିଜା ସ୍ମୃତି କମିଟି ତରଫରୁ ସମାଜସେବୀ ଓ ଆଇନଜୀବୀ ମୁରଲିଧର ପରିଜାଙ୍କ ପଞ୍ଚମ ସ୍ମୃତି ଚାରଣ ସଭା ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶିକ୍ଷାବୀତ୍‌ କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ସଂଯୋଜନା ଏବଂ ସାଧାରଣ ସଂପାଦକ ସୁରେନ୍ଦ୍ର ଦାଶଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଏନଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ସ୍ବର୍ଗତ ମୁରଲିଧର ପରିଜାଙ୍କ ବନ୍ଧୁ ଡଃ ସୁନିଲ୍ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ସିଆଇଟିୟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ରାଉରକେଲା ଶିଳ୍ପ ଓ ବଣିକ ସଂଘର ଅଧ୍ୟକ୍ଷ ସୁନିଲ୍ କୟାଲ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଅତିଥିମାନେ ମୂରଲୀ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ଥିଲେ ମୁରଲିଧର। ସେ ଥିଲେ ଖଟିଖିଆ ଓ ମେହେନତି ମଣିଷର ସ୍ବର ଓ ସ୍ବାକ୍ଷର। ସେ ଜଣେ ଅସୀମ ସାହସ ଓ ଦୂରଦୃଷ୍ଟି ସଂପର୍ଣ୍ଣ ଶ୍ରମିକ ନେତା ଥିଲେ। ନିଃସ୍ବାର୍ଥପର ସେବା ଓ ସଂକଟ ବେଳେ ତାଙ୍କ କଥା ସ୍ବତଃପ୍ରବୃତ ଭାବେ ମନକୁ ଆସିଥାଏ। ଏହି ଅବସରରେ ଅତିଥିମାନେ ସ୍ମରଣିକା ‘ସ୍ମୃତି ସମ୍ଭାର’କୁ ଉନ୍ମୋଚନ କରିଥିଲେ । ସେହିପରି ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଶ୍ରୀ ଡଃ ସମର ମୁଦାଲି, ସକିଲ ଅହମ୍ମଦ, ହେମନ୍ତା ତାଣ୍ଡିଆ, ଡଃ ସଂପାଦିକା ମହାନ୍ତି, ରାଜେଶ ରାଜୁକା ଓ ଗୋକୁଳାନନ୍ଦ ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଉତ୍ତମ ଚରଣ ଜେନା, ପି ପି ରାୟ, ଡଃ ସୁମନ ଦତ୍ତ,ବିମାନ ମାଇତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରବି ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଂପାଦକ ଶ୍ରୀ ଦାଶ ଅତିଥିଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସଂପର୍କରେ ତଥା ସଭାପତି ଶ୍ରୀ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅନିରୁଦ୍ଧ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!