ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମେଘ ମହ୍ଲାର କାର୍ଯ୍ୟକ୍ରମ

1 min read
Spread the love

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପବନ ସହିତ ମେଘ ମାଧ୍ୟମରେ ମେଘ ମହ୍ଲାର କାର୍ଯ୍ୟକ୍ରମକୁ ସ୍ବାଗତ କଲା ପ୍ରକୃତି

ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସହରର ସିଭିକ ସେଣ୍ଟରଠାରେ ଆୟୋଜିତ ହୋଇଛି ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ମେଘ ମହ୍ଲାର । ରଜ ସଂକ୍ରାନ୍ତି ଅବସରରେ ଓଡ଼ିଶାର ଗଣ ପର୍ବ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଏବଂ ପର୍ବପର୍ବାଣୀର ଝଲକ ନୃତ୍ୟ ଓ ଗୀତ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ। ପ୍ରଥମେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ଦ୍ବାରା ସନ୍ଧ୍ୟାଦୀପ ମନ୍ତ୍ର ଆବାହନ ସହିତ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଏହାପରେ କୋମଳ ଗାନ୍ଧାର ଅନୁଷ୍ଠାନ ପକ୍ଷରୁ ଗୁରୁ ନରେନ୍ଦ୍ର ନାୟକ ଓ ବିଭୁତି ପତି ଓ ସାଥୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ବୃନ୍ଦ ବଂଶୀବାଦନ। ଏହାପରେ ନୃତ୍ୟ ମଧୁରମ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଜୋଜନା ଓ ଗୁରୁ ସୁବ୍ରତ ଭୁୟାଁଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶୀ ନୃତ୍ୟ । ଓଡ଼ିଶାର ନିଜସ୍ବ ନୃତ୍ୟ ଓଡ଼ିଶୀ ମାଧ୍ୟମରେ ଏହି ଅବସରରେ ଉପସ୍ଥିତ କଳାପ୍ରେମୀ ସହରବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଳାକାରମାନେ । ଏହାପରେ ପ୍ରଦର୍ଶିତ ହୋଇଥିଲା କଲ୍ୟାଣୀ କଳାକେନ୍ଦ୍ର ପକ୍ଷରୁ ବାପି ପଲାଇଙ୍କ ନିର୍ଦ୍ଦେଶନାରେ ମେଘ ମହ୍ଲାର ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ । ଏଥିରେ କୁନି କୁନି ପିଲାମାନଙ୍କ ସହିତ ଅନ୍ୟ କଳାକାରମାନେ ବର୍ଷା କୁ ଆବାହନ କରି ଚମତ୍କାରନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଏହାପରେ ଆସିଥିଲେ ମ୍ୟୁସିକ ସର୍କଲ ପକ୍ଷରୁ ଗୁରୁ ସୁଦେଷ୍ଣାରାଣି ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ପର୍ବପର୍ବାଣୀ ଓ ସଂସ୍କୃତି ସମ୍ପର୍କୀତ ନୃତ୍ୟ ନାଟିକା ।

ଏହି ନାଟିକା ମାଧ୍ୟମରେ ଉଭୟେ ନୃତ୍ୟ ଓ ଗୀତର ତାଳେ ତାଳେ ଅକ୍ଷୟ ତୃତୀୟାରୁ ନେଇ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପରମ୍ପରା ଓ ଉତ୍ସବ ସମ୍ପର୍କରେ ପ୍ରଦର୍ଶନ କରିଥିଲେ ବିଭିନ୍ନ ବର୍ଗର କଳାକାର । ଓଡ଼ିଶାର କଳା ଓ ସଂସ୍କୃତି ସହିତ ଆଚାର ଓ ବ୍ୟବହାର ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ ମନୋମୁଗ୍ଧକର ଥିଲା । ଏହା ପରେ ପରେ ଜଗନ୍ନାଥ କଳା ପରିଷଦର ବାଳକ, ବାଳିକା ଓ ଯୁବକ ଏବଂ ଯୁବତୀ କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ନୃତ୍ୟ ଓ ଗୀତ । ଏଥିରେ ରଜ ପର୍ବ ପାଳନର ବିଶେଷତ୍ବ, ଗୁରୁତ୍ବ, ପାରମ୍ପରିକ ଓଡ଼ିଆ ପରିବାର ଚାଲିଚଳଣୀ, ରୀତିନୀତି ଆଦିକୁ ନିଖୁଣ ଭାବେ ପ୍ରଦର୍ଶନ କରିଥିଲେ କଳକାରମାନେ। ଏଥିରେ ସ୍ବତନ୍ତ୍ର ଆକର୍ଷଣ ଥିଲା ରଜ ପାନ, ଦିଅର-ଭାଉଜ, ଶାଳୀ-ଭିଣୋଇ, ଅଜା-ନାତୁଣୀ ଓ ଆଈ -ନାତୁଣୀ ଯୋଇଁ ମଧ୍ୟରେ ନୃତ୍ୟ ଓ ଗୀତର ତାଳେ ତାଳେ କଥୋପକଥନ। ପ୍ରଶିଦ୍ଧ ଚଳଚିତ୍ର ଗୀତର ତାଳେତାଳେ କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ ଓ ବାର୍ତ୍ତାଳାପ ଆଦି ପ୍ରଦର୍ଶନ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା । ଏହା ସହିତ ଶେଷ ରଜ ଉପଲକ୍ଷେ ବସୁମତୀ ସ୍ନାନ, ରଜ ଦୋଳିରେ ରାଧା କୃଷ୍ଣ ଆଦି ପ୍ରଦର୍ଶନ ଅନ୍ୟତମ ଆକର୍ଷଣ ଥିଲା । ଶେଷରେ ନୃତ୍ୟ ମଧୁରମ୍‌ ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଆଧାରିତ ସମ୍ବଲପୁରୀ ଲୋକ ନୃତ୍ୟର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ।

ଏହି ଅବସରରେ ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ତାଙ୍କ ଅହିତ ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ଗଣଙ୍କ ସମେତ ସହର ସେବା ଓ ସିଏସ୍‌ଆର୍‌ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାଅ କୁମାର ସ୍ବାଇଁ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!