ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ
1 min read
ରାଉରକେଲା ସହରର ରାଉରକେଲା ହାଉସ ସାମ୍ନାରେ ଥିବା ଇସ୍ପାତ ଫିଟନେସ ପାର୍କରେ” ଇସ୍ପାତ ଫିଟନେସ ଏଲାଇଟ ଗ୍ରୁପ ” ତରଫରୁ ରଜ ଉତ୍ସବ ପାଳନ କରାଯାଇଛି । ଗ୍ରୁପର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ସୁମନ ଦତ୍ତ ସଂଚାଳନ କରିବା ସହ ରଜଉତ୍ସବର ମହତ୍ୱ ବିଷୟରେ କହିଥିଲେ। ସଭାପତି ଶ୍ରୀ ରାୟ ରଜ ଉପଲକ୍ଷେ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଇସ୍ପାତ କାରଖାନା ସହରସେବା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାର୍କରେ ପାଳନ ହେଉଥିବା ହେଉଥିବା ରଜଉତ୍ସବର ଭୁୟସୀ ପ୍ରଶଂସା କରିବା ସହ ପାର୍କର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।

ସ୍ଥାନୀୟ ଷ୍ଟେଟବ୍ୟାଙ୍କର ଏଜିଏମ ସରୋଜ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାର୍କରେ ସ୍ୱାସ୍ଥ୍ୟର ଯତ୍ନ ରଖିବା ସହ ବିଭିନ୍ନ ପର୍ବପର୍ବାଣୀ ପାଳନ କରୁଥିବା ଏକ ନିଆରା ପରମ୍ପରା ବୋଲି ଉଲ୍ଲେଖ କରିଥିଲେ। ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ଯୋଜନାର ଲାଭ ନେବା ପାଇଁ ଅନୁରୋଧ କରିଥିଲେ । ଅଜୟ ପୂଜାରୀ, ଆର. ଏନ.ରାଜେନ୍ଦ୍ରନ, କ୍ରିଷ୍ଣାକୁମାର ପାଣ୍ଡେ,ଡି.ପ୍ରସାଦ, ରାଜୁକୁମାର ଯୋଶୀ, ଅକ୍ଷୟ ରାଉତ,ସନ୍ତୋଷ ପଣ୍ଡା, ପ୍ରଫୁଲ୍ଲ ସାହୁ,ବିକାଶ ରାଉତରାୟ, ବିଦ୍ୟାଧର ଜେନା,ଅଶୋକ ରାଉତ,ସି. ପି. ଜେନା, କେ. ସାହାଣୀ, ବିଷ୍ଣୁ ବେହେରା ଆଦି ପିଠା ପଣା ବଣ୍ଟନରେ ସାହାଯ୍ୟ କରିଥିଲେ । ଏମାନଙ୍କ ବ୍ୟତୀତ ଆହୁରି ପ୍ରାୟ ଦୁଇଶହ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ରହି ଏହ୍ରେି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ l