ରାଉରକେଲା ପାନ୍ଥନିବାସଠାରେ ରଜ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ
1 min read
ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ରାଉରକେଲାର ପାନ୍ଥନିବାସଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତିନିଦିନ ଧରି ଏହି ଅବସରରେ ସ୍ୱତନ୍ତ୍ରଭାବେ ଦୋଳି ଖେଳିବାର ବ୍ୟବସ୍ଥା ସହିତ ସୁଲଭ ମୂଲ୍ୟର ବିଭିନ୍ନ ପ୍ରକାରର ପିଠା ବିକ୍ରୟ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଅଧିକାରୀ ବିଜୟ ଜେନା। ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦାକୁ ଦେଖି ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି। ଏହି ଅବସରରେ ନବୀକୃତ ପାନ୍ଥନିବାସ ପରିସରରେ ଲାଗିଥିବା ଦୋଳିର ମଜା ନେଇଥିଲେ ଛୋଟ ଛୋଟ ପିଲାମାନେ।