ଢେଙ୍କାନାଳର ଝିଅଙ୍କ କମାଲ : ରଜରେ ଖୋଲିଲେ ରଜ ପାନର ଭଣ୍ଡାର
1 min read
ଢେଙ୍କାନାଳ ସହରର ଗଣେଷ ବଜାର ସ୍ଥିତ ରଥଗଡା ର ଲକ୍ଷ୍ମୀପ୍ରିୟା ସାହୁ ରଜ ପର୍ବ ପାଇଁ ସ୍ୱତନ୍ତ୍ରଭାବେ ଏକ ରଜ ପାନ ଭଣ୍ଡାର ଖୋଲି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଲକ୍ଷିପ୍ରିୟାଙ୍କ ସୂଚନା ମୁତାବକ ମୁଁ ଆଗରୁ ରଜରେ ରଜପାନ ବା ମିଠା ପାନ ଖାଇଆସୁଛି। ରଜରେ ପାନଖିଆ ଏକ ନିଆରା ପରମ୍ପରା। ଯେପରି ରାଧା ବିନା କୃଷ୍ଣ ଅଧା ସେହିପରି ରଜରେ ପାନ ବିନା ରଜ ଅଧା । ତେଣୁ ସେ ଆବଶ୍ୟକତା କୁ ମେଣ୍ଟାଇବା ତଥା ଝିଅମାନଙ୍କ ମନକୁ ଛୁଇଁଲା ପରି ସେ ମିଠା ପାନ ପ୍ରସ୍ତୁତ କରୁଛନ୍ତି। ପାନର ମୂଲ୍ୟ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ ପାନରେ ବିଭିନ୍ନ ପ୍ରକାରର ମସଲା ପକାଉଥିବା କହିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ପାନ ଗ୍ରାହକଙ୍କୁ ଆକୃଷ୍ଠ କରୁଥିବା ଦେଖିବାକୁ ମିଳିଛି।