ଗଁଦିଆ ସ୍ମୃତି ସଂସଦ ପକ୍ଷରୁ ବାର୍ଷିକ ରଜମହୋତ୍ସବ ପାଳନ

1 min read
Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ବିଧାରପୁର ସ୍ଥିତ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଗଁଦିଆ ସ୍ମୃତି ସଂସଦ ପକ୍ଷରୁ ପ୍ରଥମ ବାର୍ଷିକ ରଜମହୋତ୍ସବ ପାଳନ ହୋଇଛି। ଅନୁଷ୍ଠାନ ର ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଛି। ଗଁଦିଆ ସ୍ମୃତି ସଂସଦ ସଭାପତି ତଥା  ବରିଷ୍ଠ ଶିକ୍ଷାବିତ୍‌ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଗଁଦିଆ ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ଗଁଦିଆ ଆଞ୍ଚଳିକ ସେବା ସଂଗଠନ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ତଥା ଆଞ୍ଚଳିକ ରଜମହୋତ୍ସବ ଗଁଦିଆ ର ପ୍ରୁଷ୍ଠପୋଷକ ତାପସ କୁମାର ରାଉତ, ବିଶିଷ୍ଟ କଂଗ୍ରେସ ନେତା ଡମ୍ବରୁଧର ସେଠୀ, ବିଧାରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଜୟ କୁମାର ମହାନ୍ତି, ବିଧାରପୁର ଗ୍ରାମ ସଭାପତି ଭଗବାନ ସାହୁ, ଯୁବ ସମାଜ ସେବୀ ଦୀପକ କୁମାର ମହାନ୍ତି , ଅନୁଷ୍ଠାନ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ ଯୋଗଦାନ କରିଥିଲେ। ଅତିଥିମାନେ ରଜ ମହୋତ୍ସବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଗଁଦିଆ ସ୍ମୃତି ସଂସଦ ଓ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ କଳା ପରୀକ୍ଷାରେ ଜିଲ୍ଲା ର ଯୁଗ୍ମ ଟପ୍ପର ସୁଶ୍ରୀ ଅଭିପସା ଓ ସୁଶ୍ରୀ ଲକ୍ଷ୍ମୀ ପ୍ରିୟା ମହାନ୍ତି ଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ “ଗଁଦିଆ ଶିକ୍ଷା ଗୌରବ ସମ୍ମାନ”ରେ ବିଭୂଷିତ କରାଯାଇଥିଲା। ଉଭୟ ଛାତ୍ରୀ ଭବିଷ୍ୟତ ରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମତ ରଖିଥିଲେ। ସୁଶ୍ରୀ ଅଭିପସା ଙ୍କ ପିତା ଚିତ୍ତରଞ୍ଜନ ସାହୁ ଓ ସୁଶ୍ରୀ ଲକ୍ଷ୍ମୀ ପ୍ରିୟା ମହାନ୍ତି ଙ୍କ ପିତା  ଶରତ ମହାନ୍ତି ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଦୈନିକ ସକାଳ ର ଗଁଦିଆ ବ୍ଳକ ପ୍ରତିନିଧି ସୁଦାମ ଚରଣ ସାହୁ, ସମାଜ ସେବୀ କିରଣ କୁମାର ସାହୁ, ମହାବିଦ୍ୟାଳୟ ର ଗ୍ରନ୍ଥାଗାରିକ ଅମର କୁମାର ପ୍ରଧାନ, ବରିଷ୍ଠ କାର୍ଯ୍ୟାଳୟ ସହାୟକ ବିଶ୍ବଭୂଷଣ ମହାନ୍ତି, ଓ ସୁଶାନ୍ତ କୁମାର ବାରିକ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ସହଯୋଗ କରିଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!