ରଜ ପର୍ବ ପାଳନ ଉପଲକ୍ଷେ ମିରର ସୋସିଆଲ ଫାଊଣ୍ଡେସନ ପକ୍ଷରୁ ମାନବ ସେବା ପ୍ରତିଷ୍ଠାନରେ
1 min read
ସାରା ରାଜ୍ୟରେ ଓ ରାଜ୍ୟ ବାହାରେ ଓଡ଼ିଆମାନେ ପାଳନ କରୁଛନ୍ତି ଓଡ଼ିଶାର ଗଣପର୍ବ ରଜ। ଏହି ପର୍ବ ପାଳନ ଉପଲକ୍ଷେ ରାଉରକେଲାର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ ମିରର ସୋସିଆଲ ଫାଉଣ୍ଡେସନ ପକ୍ଷରୁ ରାଉରକେଲା ସହରର ଜଗଦାଠାରେ ଥିବା ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀମାନଙ୍କ ସହିତ ମିଶି ଏକ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଫାଉଣ୍ଡେସନର ମୁଖ୍ୟ ବିଶ୍ୱଜିତ ରାଉତଙ୍କ ନେତୃତ୍ୱରେ ପ୍ରତିଷ୍ଠାନର ଅନ୍ତେବାସୀମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏହା ସହିତ ଫାଉଣ୍ଡେସନର ସଦସ୍ୟମାନେ ଅନ୍ତେବାସୀମାନଙ୍କ ସହିତ ରଜପର୍ବ ପାଳନ ସମ୍ପର୍କରେ ଆଲୋଚନା କରି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଏହି ଅବସରରେ ଫାଉଣ୍ଡେସନର ସଦସ୍ୟ ପୂର୍ଣ୍ଣିମା ମହାନ୍ତି, ଅଂଶୁପା ଦଳଇ, ସରିତା ପଲାଇ, ସ୍ୱିଟି ସାହୁ, ଦେବାଶିଶ ପରିଡ଼ା, ଅଶିଷ ଜେନା, ମିତା ଶର୍ମା, ବନଜା ବିସ୍ୱାଳ, ଓ ରାଜୀବ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।