ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ୬ ଦଫା ଦାବିପତ୍ର ପ୍ରଦାନ
1 min read
ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକଜୁଟ ହୋଇ ନିଜର ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଦାବି ପତ୍ର ଜିଲ୍ଲାପାଳ ,ଶ୍ରମ ଅଧିକାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, 5T ସଚିବ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କାର୍ଯ୍ୟରତ ଠିକା ସଂସ୍ଥା ZHL, ବିଧାୟକ ଓ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ସଭାପତିଙ୍କ ସଭାପତିତ୍ବ ରେ ଉପ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସଂଘର ଅନେକ ସଦସ୍ୟ ଯୋଗଦେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀ ଙ୍କୁ ଏକ ୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।

କର୍ମଚାରୀମାନେ ପ୍ରଦାନ କରିଥିବା ଦାବି ମଧ୍ୟରେ କର୍ମଚାରୀ ଙ୍କୁ ନିୟମିତ କରାଯିବା, 8 ଘଣ୍ଟିଆ ପାରିଶ୍ରମିକ ଅନୁସାରେ ଦରମା ନିର୍ଦ୍ଧାରଣ, ବାର୍ଷିକ ଦରମା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ। ଏହି ଅବସରରେ ସଂଘର ତପନ ମଲ୍ଲିକ,ଚିନ୍ମୟ ଦାସ, ପ୍ରତାପ ମଲ୍ଲିକ, ବିଶ୍ବଜିତ ରାଉଳ, ସଦାନନ୍ଦ ନାଏକ,ଅଶୋକ ବିଶ୍ବାଳ,ମନୋଜ କୁମାର ରାଉତ, ସୂର୍ଯ୍ୟକାନ୍ତ ସାମଲ, ଆଦିତ୍ୟ କୁମାର ବେହେରା, ପ୍ରତାପ ଚନ୍ଦ୍ର ମହାନ୍ତି, ବିଜୟ କୁମାର ସାହୁ, ସୁନିଲ୍ ପୃଷ୍ଟି, ସିପୁନ ଘଡେଇ, ସୁଭେନ୍ଦୁ ରାଉତ, ଶ୍ରୀନିବାସ ସାହୁ, ରୁତୁରାଜ ବରାଳ, ବିଶ୍ବରଂଜନ ମହାପାତ୍ର, ନିହାର ରଞ୍ଜନ ଦାସ ସାମନ୍ତ,ଦେବଦତ ବେହେରା, ପ୍ରଦିପ କୁମାର ସ୍ବାଇଁ ଓ ଶୋଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।