ବିଶ୍ରା ଗୁଳିକାଣ୍ଡ ଘଟଣାରେ ଦୁଇ ଗିରଫ : ସୋମବାର ହୋଇଥିଲା ଗୁଳିକାଣ୍ଡ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳରେ ଥିବା ରାଧାସ୍ୱାମୀ ଇଂରାଜୀ ବିଦ୍ୟାଳୟ ନିକଟରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବିକି ସିଂ ଙ୍କୁ ଗୁଳି ଚଳାଇବା ଅଭିଯୋଗରେ ବିଶ୍ରା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିଶ୍ରା ବ୍ଲକ୍‌ ରୋଡ଼ ଅଞ୍ଚଳର ମହମ୍ମଦ ସାହିଲ ଖାନ ଓରଫ ସୋନୁ ଓ ହମିଦ ସାହିଦ ଉଲ୍ଲା। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଗୋଟିଏ ପିସ୍ତଲ ସହିତ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଏହି ଘଟନା ଘଟେଇ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ କିଛି ଦିନ ପୂର୍ବରୁ କ୍ରିକେଟ୍ ଖେଳକୁ ନେଇ ବିକି ସିଂ ଏବଂ ମହମ୍ମଦ ସାହିଲ ଖାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସୋମବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ବିଶ୍ରା  ଅଞ୍ଚଳର ରାଧାସ୍ୱାମୀ ଇଂରାଜୀ ବିଦ୍ୟାଳୟ ନିକଟରେ ମହମ୍ମଦ ସାହିଲ ଖାନ ଓରଫ ସୋନୁ ଏବଂ ହମିଦ ସାହିଦଉଲ୍ଲା ସିଂ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାରୁ ବିକି ସିଂ ଅଳ୍ପକେ ବର୍ତି ଯାଇଥିଲେ। ଏହା ପରେ ଗୁଳିର ଶବ୍ଦ ଶୁଣିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିଶ୍ରା ପୁଲିସ ଘଟଣାର ତନାଘନା କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମଙ୍ଗଳବାର ପୁଲିସ ଉଭୟ ଅଭିଯୁକ୍ତଙ୍କୁ ରାଉରକେଲା କୋର୍ଟକୁ ପଠାଇଥିଲେ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!