ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରାଙ୍କ ସପାଧରା କାର୍ଯ୍ୟକୁ ନେଇ ଚର୍ଚ୍ଚା
1 min read
ସାପ ନାଁ ଶୁଣିଲେ ମନରେ ସୃଷ୍ଟି ହୁଏ ଭୟ। କିନ୍ତୁ ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ଓରଫ ଲିପୁ ସାପ ଧରିବାକୁ ଭଲ ପାଆନ୍ତି। ଲିଙ୍ଗରାଜ ବେହେରା ଓ ଲଳିତା ବେହେରାଙ୍କ ସୁପୁତ୍ର ସୂର୍ଯ୍ୟକାନ୍ତ ଏମିତି ଜଣେ ମଣିଷ ଯିଏକି ଜୀବଜନ୍ତୁ ଓ ସାପ ମାନଙ୍କ ସେବା କରୁଛନ୍ତି। ସୂର୍ଯ୍ୟକାନ୍ତ ୨୦୧୮ ମସିହାରୁ ଆରମ୍ଭ କରିଥିଲେ ସାପ ଧରିବା। ୨୦୨୩ ମସିହା ଅଦ୍ୟାବଶି ଏକହଜାରରୁ ଅଧିକ ସାପ ଧରି ସାରିଲେଣି ସେ।

ଏହି ସବୁ ସାପ ମଧ୍ୟରେ ରହିଛି ରଣା, ତମ୍ପ, ନାଗ, ଚିତି ଓ ଅହିରାଜ ପରି ବିଷଧର ସାପ। ସମ୍ପ୍ରତି ୨୪ ବର୍ଷ ବୟଷସୂର୍ଯ୍ୟକାନ୍ତ ଙ୍କୁ ରାତି ଅଧ ରେ ଡାକରା ଆସିଲେ ସେ ମଧ୍ୟ ଘରୁ ବାହାରି ଯାଆନ୍ତି ସାପ ଧରିବାକୁ। କିନ୍ତୁ ଦୁଃଖ ର କଥା ହେଉଛି ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳି ନାହିଁ। ଏହା ସତ୍ତ୍ୱେ ସୁଦ୍ଧା ସେ ସାପ ଧରିବା କାମ ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନରୁ ଧରୁଥିବା ସାପ ମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପ୍ରଶଂସା କରିଥାନ୍ତି।