ବିରମିତ୍ରପୁରରେ ଯତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା: ୧୫ଜଣ ଆହତ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ବିରମିତ୍ରପୁର ସହରର ରାଣି ସତୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସକାଳୁ ଏକ ଆନ୍ତରାଜ୍ୟ ବସ୍‌ ଓ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ବସ୍‌ରେ ଥିବା ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବିରମିତ୍ର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

ସୂଚନା ମୁତାବକ ବିହାର ରାଜ୍ୟର ଆରା ରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ମଙ୍ଗଳବାର ରାଣି ସତୀ ମନ୍ଦିର ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲା। ସୂଚନା ମିଳିବା ପରେ ଅହତ ଯାତ୍ରୀମାନଙ୍କୁ ବିରମିତ୍ରପୁର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯଇଛି। ସମ୍ପ୍ରତି ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥର ରାଣି ସତୀ ମନ୍ଦିର ନିକଟରେ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!