ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ସାମ୍ବାଦିକମାନଙ୍କ ସହିତ ଅନୌପଚାରିକ ଆଲୋଚନା
1 min read
ନିକଟରେ ରାଉରକେଲାର ଆରକ୍ଷୀ ଅଧୀକ୍ଷକଭାବେ ଯୋଗଦେଇଛନ୍ତି ମିତ୍ରଭାନୁ ମହାପାତ୍ର। ଏହି କ୍ରମରେ ସୋମବାର ଦିନ ଶ୍ରୀ ମହାପାତ୍ର ରାଉରକେଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଅନୌପଚାରିକ ଆଲୋଚନା କରି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମତ ବିନିମୟ କରିଥିଲେ। ଏହି ଅବସରରେ ସାମ୍ବାଦିକମାନେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିଭିନ୍ନ ସୂଚନା ଓ ପ୍ରସ୍ତାବ ଦେଇଥିଲେ। ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ସାମ୍ବାଦିକମାନେ ଆଇନ ଶୃଙ୍ଖଳ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ ସହରର ବିଭିନ୍ନ ଗନମାଧ୍ୟମ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।