୧୧ଦଫା ଦାବିକୁ ନେଇ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଯୁବ ଛାତ୍ର କନ୍ଭେନ୍ସନ୍
1 min read
ରାଉରକେଲା ସହରର ଆଦର୍ଶ ପାଠାଗାରର ଆଦର୍ଶ ସାହିତ୍ୟ ଘର ପରିସରରେ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ୧୧ଦଫା ଦାବିକୁ ନେଇ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଯୁବ ଛାତ୍ର କନ୍ଭେନ୍ସନ୍ ଆୟୋଜିତ ହୋଇଯାଇଛି। ରାଉରକେଲା ସୁପର ସ୍ପେଛିଆଲିଟି ହସ୍ପିଟାଲ୍କୁ ଏମ୍ସ ଦ୍ୱାରା ପରିଚାଳନା, ତାଳଚେର-ବିମଳଗଡ଼ ରେଳପଥ ନିର୍ମାଣ ଯଥାଶୀଘ୍ର ଶେଷ କରିବା, ରାଉରକେଲାରେ ଏକ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ୧୧ ଦଫା ଦାବିକୁ ନେଇ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ସମିତିର ଅଧ୍ୟକ୍ଷ ସଞ୍ଜୀବ ମହାନ୍ତି। ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ବୈଥକ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ।

ଏଥିରେ ବିଭିନ୍ନ ବାମପନ୍ଥୀ ଆଦର୍ଶଭିତ୍ତିକ ଯୁବ ଓ ଛାତ୍ର ସଙ୍ଗଠନ ଯଥା ଏସ୍ଏଫ୍ଆଇ, ଏଆଇଡିୱାଇଓ ଆଦି ସଙ୍ଗଠନ ସମେତ ଯୁବ ଓ ଛାତ୍ର ବିଜେଡି, ଯୁବ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ନାଗରିକ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ଦିନରେ ବିଭିନ୍ନ ଅନ୍ୟାନ୍ୟ ସଙ୍ଗଠନକୁ ନେଇ ୧୧ ଦଫା ଦାବିକୁ ନେଇ ବେଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ନାଗରିକ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।