ଓବିସି ମଞ୍ଚ ଟିଟିଲାଗଡ ଶାଖା ର ୬ଷ୍ଠ ସାଙ୍ଗଠନିକ ବୈଠକ ଅନଷ୍ଠିତ

1 min read
Spread the love

ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଉପଖଣ୍ଡ ର ତିନି ଗୋଟି ପଞ୍ଚାୟତ ଯଥା କୁରୁସୁଡ଼, କୁଶକେଲା ଓ ଦିଗଶିରା କୁ ନେଇ ସ୍ଥାନୀୟ ଦିଗଶିରା ଗ୍ରାମ ସାଲେପଡା ଆମ୍ବ ବଗିଚା ରେ ଓବିସି ମଞ୍ଚ ର ୬ଷ୍ଠ ତମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମଞ୍ଚ ର ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ମନୋଜ ହାତୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଯୁବ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୀବ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ର ସଦସ୍ୟ ତଥା କୁରୁସୁଡ଼ ସରପଞ୍ଚ ଙ୍କ ପ୍ରତିନିଧି ନିମାଇଁ ଚରଣ ବେହେରା ସଭାପତିତ୍ୱ କରିଥିଲେ। ମଞ୍ଚ ର କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବିରବର ସାହୁ ମଞ୍ଚ ଗଠନ ର ଉଦ୍ଧେଶ୍ୟ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଥିବା ତିନି ଗୋଟି ପଞ୍ଚାୟତ ର ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ତୁଳସିରାମ ସାହୁ ବିଗତ ଦିନ ଗୁଡିକ ରେ ଅନୁଷ୍ଠିତ ହୋଇଥିବା ସାଙ୍ଗଠନିକ ଓ କାର୍ଯ୍ୟ କାରିଣୀ ବୈଠକରେ ଉପସ୍ଥାପନା ହୋଇଥିବା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ।କରିଥିଲେ। ଏଥିରେ ସଂଘର କାର୍ଯ୍ୟ କାରିଣୀ ସଦସ୍ୟ ଘିନୁ ଆଡ଼ଜୁଆଡ଼, ବାଳକୃଷ୍ଣ ଷାଣ୍ଢ, ଦିଲ୍ଲୀପ ବିଶି,  ଦେବାନନ୍ଦ ସାହୁ, ଅଶୋକ ସାହୁ ପ୍ରମୁଖ ପଛୁଆ ବର୍ଗ ଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରି ଯେ ପର୍ଯ୍ୟନ୍ତ ପଛୁଆ ବର୍ଗ ଙ୍କ ଅଧିକାର ଠିକ ଭାବରେ କାର୍ଯ୍ୟକାରୀ ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏ ଲଢେ଼ଇ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଆଇନଜୀବୀ ସୁମନ୍ତ ସାହୁ ବୈଠକରେ ଟିଟିଲାଗଡ ବ୍ଲକ ଓ ପୌର ପରିଷଦ କୁ ନେଇ ପଛୁଆ ବର୍ଗ ଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ପଚାସ ହଜାରରୁ ଉର୍ଦ୍ଧ୍ବ ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମଞ୍ଚର ଅନୁମୋଦନ କ୍ରମେ ତିନିଗୋଟି ପଞ୍ଚାୟତ ର ନିଜ ନିଜର ପରିଚାଳନା କମିଟି ଗଠନ ପାଇଁ ସୂଚନା ପ୍ରଦାନ କରାଯାଇଥିଲା।

 ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଆଶିଷ କୁମାର ସାହୁ, ଆଇନଜୀବୀ ବେଦ ପ୍ରକାଶ ବେହେରା, ପୂର୍ବତନ ସରପଞ୍ଚ ଜଗୁଆ ଲଳିତ ସାହୁ, ଶିକ୍ଷାବିତ ଟିକେରାମ ସାହୁ, କେଶବ ଆଡ଼ଜୁଆଡ଼,ନରେନ୍ଦ୍ର ଗହୀର, ଧନଞ୍ଜୟ ବେହେରା,ଜୟ ପ୍ରସାଦ ନାଏକ, ଦିଲ୍ଲୀପ ବନଛୋର, କୁନା ଭାଟି,ଧନେଶ୍ୱର ଛତର ପ୍ରମୁଖ ମଞ୍ଚାସିନ ଥିଲେ।ବୈଠକ କୁ ସାଫଲ୍ୟ କରିବାରେ ଯୁବ ସଂଗଠକ ଶ୍ରୀ ରୋହିତ ବେହେରା,ଅଗର ବେହେରା, ଦିଲ୍ଲୀପ ବେହେରା, ଗୋପାଳ ବେହେରା, ବସନ୍ତ ସାହୁ, ନିରଞ୍ଜନ ରଣା, କୋଦଣ୍ଡ ସାହୁ, ଶେଷଦେଵ ସାହୁ, ଟିକେ ବେହେରା,ସଞ୍ଜୀବ ବଗର୍ତ୍ତି, ଶେଷଦେବ ବେହେରା,  ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!