ହ୍ୟାପି ମୋମେଣ୍ଟସ ଓ ଇଣ୍ଡିଆନ ବିୟୁଟିସିଆନ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଜାତୀୟସ୍ତରର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
1 min read
ଭୁବନେଶ୍ୱର ସହରର ପାନ୍ଥନିବାସଠାରେ ହ୍ୟାପି ମୋମେଣ୍ଟସ ଓ ଇଣ୍ଡିଆନ ବିୟୁଟିସିଆନ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଜାତୀୟସ୍ତରର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଭିନେତା ଓ ନିର୍ଦ୍ଦେଶକ ଓ ସାଂସଦ ପ୍ରଶାନ୍ତ ନନ୍ଦ , ସାଂସଦ ସୁଲତା ଦେଓ , ସମାଜସେବୀ ଶଙ୍କର୍ଷଣ ପରିଡ଼ା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଜ୍ୟକ୍ରମରେ ଧାବିକା ଦୂତି ଚାନ୍ଦ, ନୃତ୍ୟଶିଳ୍ପୀ ରାଜସ୍ମିତା କର, ସମାଜସେବୀ ଅନୁଶ୍ରୀ ଦାସ, , ଲୋକ କଳକାର କେଶୁ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଅନୀଲ ମଲ୍ଲିକ କାର୍ଜ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।