ରାଉରକେଲା ବିମାନ ବନ୍ଦର ନିକଟରେ ଥିବା ହକି ଖେଳଳୀ ମୂର୍ତ୍ତି ଭାଙ୍ଗିବାକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

1 min read
Spread the love

ରବିବାର ଦିନ ରାଉରକେଲା ବିମାନ ବନ୍ଦର ନିକଟରେ ଥିବା ହକି ଖେଳାଳୀ ମୂର୍ତ୍ତି ଭାଙ୍ଗିବାକୁ ନେଇ ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିମାନ ବନ୍ଦର ଓ ବିସ୍ରା  ମୁଣ୍ଡା ହକି ଷ୍ଟାଡିୟମ ନିକଟ ପଡ଼ିଆରେ ହୋଇଥିବା ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଯୁବ କଂଗ୍ରେସର ସଭାପତି ଜ୍ଞାନେନ୍ଦ୍ର ଦାସ। ଏହି ଅବସରରେ କଂଗ୍ରେସର ଅନ୍ୟତମ ନେତା ରଶ୍ମି ପାଢ଼ୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଜାନୁଆରୀ ମାସରେ ହୋଇଥିବା ବିଶ୍ୱ କପ୍‌ ହକି ସମୟରେ ହୋଇଥିବା କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ବିଶେଷ କରି ୧୫ ମାସରେ ତିଆରି ହୋଇଥିବା ବିଶ୍ରାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ରେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ସାରଦା ନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହା ସହିତ ମୂର୍ତ୍ତି ଭାଙ୍ଗିବା ଘଟଣାରେ ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି।  

Leave a Reply

Your email address will not be published. Required fields are marked *

error: Content is protected !!