ଲେଡି ଲାୟନ ତରଫରୁ ଗ୍ରୀଷ୍ମକାଳୀନ ସୃଜନଶୀଳତା ଶିବିର ଉଦଯାପିତ
1 min read
ରାଉରକେଲା ସହରର ଉପକଣ୍ଠରେ ଥିବା ଝିରପାଣି ଅଞ୍ଚଳରେ ମହିଳା ସାମାଜିକ ଅନୁଷ୍ଠାନ ଲେଡି ଲାୟନ ହେଲ୍ପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଗ୍ରୀଷ୍ମକାଳୀନ ସୃଜନଶୀଳତା ଶିବିର ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋଙ୍କ ସଭାପତିତ୍ବ ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିର ଗତ ୧ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ୧୦ଦିନିଆ ଶିବିରରେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ନେଇ ରୋଷେଇ, ପିଠା ପ୍ରସ୍ତୁତି, ଗୃହ ସଜ୍ଜା, ପୁଷ୍ପଗୁଚ୍ଛ ପ୍ରସ୍ତୁତି, ଆତ୍ମରକ୍ଷା କୌଶଳ, ମହମବତୀ ପ୍ରସ୍ତୁତି, ନୃତ୍ୟ, ସଂଗୀତ, ସୌନ୍ଦର୍ଯ୍ୟ, ସିଲେଇ ଓ ଯୋଗ ଆଦି ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଝିରପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ସୁଶ୍ରୀ କବିତା ଙ୍କ ସଂଯୋଜନାରେ ପ୍ରାକ୍ତନ ନଗରପାଳ ତଥା ବିଜେପି ନେତା ନିହାର ରାୟ, ଝିରପାଣି ସରପଞ୍ଚ ଅଜିତ ତିର୍କୀ, କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାଶ, ହେମା ଏକ୍କା, ଅଶୋକ କକ୍କଡ, ଏସ ଏନ ଅଗ୍ରୱାଲ, ରାହୁଲ ମହାନ୍ତି ଓ ସତ୍ୟବାନ୍ ସାହୁ, ଇପ୍ସିତା ବିଶ୍ବାଳ, ସୁନିତା ଲାକ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏହା ସହିତ ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କୁ ଆତ୍ମବିଶ୍ବାସ ଓ ରୋଜଗାର କ୍ଷମ କରିବାରେ ଏହି ଶିବିର ସାହାଯ୍ୟ କରିବ ବୋଲି ଅତିଥିମାନେ ମତରଖିଥଲେ।

ଏହି ଶିବିରରେ ଭିନ୍ନ ଭିନ୍ନ ଦିନରେ ବିଷୟ ବିଶେଷଜ୍ଞ ଭାବେ ମୋନାଲିସା ଗୁପ୍ତା, ସୋନାଲୀ ପ୍ରଧାନ, ସୁବ୍ରତ ଭୂୟାଁ, ରାଜୀବ ସିଂହ, ଶ୍ରୀକାନ୍ତ ସୁନା ପ୍ରମୁଖ ଯୋଗଦେଇଥିବା ବେଳେ ଶେଷରେ ପ୍ରତିଯୋଗିତା ଗୁଡିକର ମୂଲ୍ୟାୟନ କରିଥିଲେ ନିରୁପମା ପତି ଓ ସୁଷମା କୋହଲି। ଏହି କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସଞ୍ଜୟ ସାହୁ, ରଂଜିତା ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସ୍ନେହଲତା ପାତ୍ର,ଅନୁପମା ଦାସ, ରେଖା ଗୁପ୍ତା, ସାରିକା ମାହାତୋ,ରଶ୍ମିବାଳା ମାହାତୋ, ନିତ୍ୟାଞ୍ଜଳୀ ପରିଡା, ସରିତା ସିଂ, ଫୁଲମଣି ସମାଦ, ଲକ୍ଷ୍ମୀ ସ, ସାନା ଫରହୀନ ପ୍ରମୁଖ ସହଯୋଗ କରିଥିଲେ। ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।