ଏନଆଇଟି ରାଉରକେଲା ପୁରାତନ ଛାତ୍ରସଂଘ ପକ୍ଷରୁ ଆଲୋଚନାଚକ୍ର ଓ ବନ୍ଧୁମିଳନ

1 min read
Spread the love

ଇଂ ବାବାଜୀ ସାହୁଙ୍କ ‘ଦୁଃଖରୁ ମୁକ୍ତି’ ପୁସ୍ତକ ଉନ୍ମୋଚିତ

ଏନଆଇଟି, ରାଉରକେଲା ପୁରାତନ ଛାତ୍ରସଂଘ-ନିଟ୍ରା ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବନ୍ଧୁଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଟ୍ରା ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି ଙ୍କ ସଭାପତିତ୍ବ ଏବଂ ବରିଷ୍ଠ ସଦସ୍ୟ  ଭାରତ ଭୂଷଣ ମହାନ୍ତିଙ୍କ ଦିଗଦର୍ଶନରେ ଏହି କର୍ଯ୍ୟକ୍ରମ ହୋଇଥିଲା। ସଂଘର ଉପାଧ୍ୟକ୍ଷ ସୁଧାଂଶୁ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୬୮ ବ୍ୟାଚ ର ସ୍ନାତକ ତଥା ଏଲଆଣ୍ଡଟି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ବାବାଜୀ ଚରଣ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ’ ଚିନ୍ତା ଶୂନ୍ୟ, ଚାପ ଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାପନ’ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସଂସଦର ପ୍ରାକ୍ତନ ସଭାପତି  ଇଂ ସରୋଜ ପଟେଲ ଓ ଆରଏସପି ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ସମେତ ରାଉରକେଲାର ଏସ୍‌ପି ତଥା ପ୍ରାକ୍ତନ ଏନ୍‌ଆଇଟି ଛାତ୍ର ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ଅତିଥିଭାବେ  ଯୋଗଦେଇଥିଲେ। ଏହି ଅବସରରେ ଇଂ ସାହୁ ଙ୍କ ପୁସ୍ତକ “ଦୁଃଖରୁ ମୁକ୍ତି “କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ପୁସ୍ତକଟି ସଂପ୍ରତି ଆମାଜନ ଓ ଫ୍ଲିପକାର୍ଡ ମାଧ୍ୟମରେ ଉପଲବ୍ଧ ରହିଛି ବୋଲି ସୂଚନା ଦିଆଯାଇଥିଲା। ଇଂ ସାହୁଙ୍କ ପୁସ୍ତକ ଉପରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ଓ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ଇସ୍ପାତ ଶିଳ୍ପ ସହ ଏନଆଇଟି ର ସହଯୋଗରେ ରାଷ୍ଟ୍ରର ବିକାଶ ସଂପର୍କୀତ ବାର୍ତ୍ତା ପଠନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବିଶି ସ୍ବାଗତ ଭାଷଣ ରଖିଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏଥିସହ ନିଟ୍ରା ରାଉରକେଲା, ମାରୱାଡି ଯୁବମଂଚ ଓ ଆନ୍ତର୍ଜାତୀୟ ମାନବ ଅଧିକାର ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ଆଇଜିଏଚ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମହାପାତ୍ର, ପ୍ରତିକ୍ଷା ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, କ୍ରୀଡାବିତ୍ ଅଶୋକ ବିଶ୍ବାଳ ଓ ଆନନ୍ଦ ଏକ୍କା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶ୍ରୀ ମ୍ୟୁଜିକାଲ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ଆଶିଷ ପ୍ରଧାନ, ସୌମେନ୍ଦ୍ର ପୃଷ୍ଟି, ଆନନ୍ଦ ଏକ୍କା, ଅଜିତ ପୂଜାରୀ,ସୁଧାଂଶୁ ଶେଖର ପ୍ରଧାନ, ପୁନମ ରାଓ ଓ ଅନ୍ୟମାନେ ସଂଗୀତ ପରିବେଷଣ କରିଥିବାବେଳେ ନାଗେଶ କୁମାର ସାକ୍ସୋଫୋନ, ବିବେକ ମିଶ୍ର ମାଉଥ ଅର୍ଗାନ ବଜାଇଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହ ନିଟ୍ରାର ସଦସ୍ୟ ତଥା ଦେଶ ଓ ବିଦେଶରୁ ଆସିଥିବା ପ୍ରାକ୍ତନ ଛାତ୍ର ଓ ସେମାନଙ୍କ ପରିବାରବର୍ଗ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦୀପ୍ତି ହୋଟେଲ ର ସ୍ୱତ୍ୱାଧିକାରୀ  ତଥା ପ୍ରାକ୍ତନ ଛାତ୍ର ଦିବ୍ୟ ପଟେଲଙ୍କ ସମେତ ବିମଳେନ୍ଦୁ ସାଡ଼ୁଆଲ, ସଂପାଦକ ଅନୁପ ଅଗ୍ରୱାଲ, କୋଷାଧ୍ୟକ୍ଷ ରାହୁଲ ଅଗ୍ରୱାଲ, ଅସୀମ ସାବତ, ପ୍ରାକ୍ତନ ପୂର୍ବାଞ୍ଚଳ ଉପସଭାପତି କୁମାର ବେହେରା ଓ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!