ସତ୍‌ଭାବନା ଲାକ୍ଷେଘର ସମାଜ ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଆୟୋଜିତ

1 min read
Spread the love

ରବିବାର ଦିନ ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ “ସତଭାବନା ଲାକ୍ଷେଘର ସମାଜ’ ସେକ୍ଟର ୧୮ ସ୍ଥିତ ଦୀପିକା ଉସ୍ପାତ ଶିକ୍ଷା ସଦନ ଠାରେ ଏକ କ୍ୟାରିୟର କାଉନସେଲିଂ ଶିବିର ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ନବମ ଶ୍ରେଣୀ ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଏନ୍‌ଆଇଟିର ର ପ୍ରଫେସର  ଡଃ. ହୃଷିକେଶ ନାଏକ , ପ୍ରଫେସର ପିତାମ୍ବର ମହାନନ୍ଦିଆ , ପ୍ରଫେସର ସନ୍ତୋଷ ଦାସ , ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ରାଜକିଶୋର ଧରୁଆ,  ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ  ବିଭିନ୍ନ ପାଠ୍ୟକ୍ରମ ସମ୍ପର୍କରେ ପରାମର୍ଶ ଦେଇଥିଲେ। ସଂଗଠନର ସଭାପତି ରୋହିତ କୁମାର ମହାନନ୍ଦିଆ  ଆଗାମୀ ଦିନରେ ସଂଗଠନ ସୁନ୍ଦରଗଡ ଜିଲ୍ଲାର ପ୍ରତେକ ବ୍ଲକରେ ଏହି କାର୍ଯ୍ୟକ୍ରମ ସବୁ କରିବା ସହିତ ଗରିବ ଛାତ୍ରଛାତ୍ରୀମାନଙ୍କୁ ସାହାର୍ଯ୍ୟ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ପିଲାମାନଙ୍କୁ ସଂଗଠନ ପକ୍ଷରୁ ବିସ୍କୁଟ ଓ ଥଣ୍ଡାପାନୀୟ ପ୍ରଦାନ କରାଯାଇଥିଲା।

 କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଶ୍ରୀ ମହାନନ୍ଦିଆ ଓ ସହ ସମ୍ପାଦକ ଅଶ୍ୱୀନି କୁମାର ଶାସିନୀ ସଞ୍ଚାଳନ କରିଥିଲେ ଓ ଉପ ସଭାପତି ଟଙ୍କଧର ବାଗ ଧନ୍ୟବାଦ ଜଣାଇଥିଲେ । ଏଥିରେ ସଗଂଠନର କାର୍ଯ୍ୟକାରୀ ସଭାପତି ପ୍ରଦିପ ସୁରଝଲିଆ ,   ରାମଚନ୍ଦ୍ର ବୁଖ୍ରା  , ସହ କୋଷାଧକ୍ଷ ଅଶୋକ କୁମାର ବୁଡା , ଉପଦେଷ୍ଟା ସନ୍ତୋଶ ଗରଡିଆ , ରଥିସାଗର ତନ୍ତି , ବିନୟ ତନ୍ତି , ଟିକେଶ୍ୱର ତାଣ୍ଡିଆ , ଜାଦବ ତାଜନ , ସୁବଳ ଚାନ୍ଦ , ହରେକୃଷ୍ଣ ତନ୍ତି ,ରବି ନାରାୟଣ ବାଗ , ହ୍ରୁଦାନନ୍ଦ ବୁଡା , ଲିଙ୍ଗରାଜ ଜୟପୁରିଆ , ବନମାଲୀ ପ୍ରଧାନ , ଶୁଭାଗିନୀ ଶାସିନୀ , ବନ୍ଦିତା ମହାନନ୍ଦିଆ ,  ସରୋଜ ବାଦୀ, ବିନୋଦୀନି ଗରଡିଆ , ସନ୍ତୋଷିନୀ ଧରୁଆ, ମାନସୀ ତାଣ୍ଡିଆ ଆଦି ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!