ରାଉରକେଲା ସହରର ବିଶିଷ୍ଟ ବ୍ୟକ୍ତି ମହମ୍ମଦ ଗ୍ୟାସୁଦ୍ଦିନଙ୍କ ୮୨ବର୍ଷରେ ଦେହାନ୍ତ

1 min read
Spread the love

ରାଉରକେଲା ସହରର ଜଣେ ବିଶିଷ୍ଟ ବ୍ୟକ୍ତିଭାବେ ପରିଚିତ ମହମ୍ମଦ ଗ୍ୟାସୁଦ୍ଦିନ ଓରଫ ଗ୍ୟାସ ଚାଚାଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ୮୨ ବର୍ଷରେ ଶନିବାର ଦେହାନ୍ତ ହୋଇଯାଇଛି। ଗତମାସ ଶାରିରୀକ ଅସୁସ୍ଥତା ଯୋଗୁଁ ପ୍ରଥମେ ସ୍ଥାନୀୟ ହାଇଟେକ ହସ୍‌ପିଟାଲ୍‌ରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରେ ଅଧିକ ଚିକିତ୍ସା ନିମନ୍ତେ  ତାଙ୍କୁ ଭୁବନେଶ୍ୱରର ସନ୍‌ସାଇନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ରାଉରକେଲା ସଂଘତି ଫୋରମ ଓ ରାଉରକେଲା ଶାନ୍ତି କମିଟିର ସେ ସଂସ୍ଥାପକ ସଦସ୍ୟ ରହିବା ସହ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସକ୍ରୀୟଭାବେ ଜଡ଼ିତ ଥିଲେ। ଶାନ୍ତିର ଦୂତଭାବେ ପରିଚିୟ ସ୍ୱର୍ଗତ ଗ୍ୟାସ ଚାଚାଙ୍କୁ ସହରର ଭାଇଚାରା ପାଇଁ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଭାବେ ଗ୍ରହଣ କରାଯାଇଥାଏ। ହସ୍‌ପିଟାଲ୍‌ରେ ଅନେକ ଗଣ୍ୟମାଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ରବିବାର ରାଉରକେଲା ଅଣାଯିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୁଚନା ମିଳିଛି। ତାଙ୍କୁ ମୃତ୍ୟୁ ସମ୍ବାଦ ମିଳିବା ପରେ ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।  

Leave a Reply

Your email address will not be published. Required fields are marked *

error: Content is protected !!