ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି : ଜୁନ୍‌ ମାସ ଦ୍ୱିତୀୟ ସପ୍ତାହରେ ୪୫ଡିଗ୍ରୀ ପାର୍‌ କଲା ପାରଦ

1 min read
Spread the love

ଚଳିତବର୍ଷ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ତାତି ଜନଜୀବନକୁ ପ୍ରଭାବିତ କରିଛି। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଶନିବାର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ପାର କରିଛି।  ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ନିକଟରେ ବିଶ୍ବ ଉତ୍ତପ୍ତ ସହର ତାଲିକାରେ ଭାରତର ଏହି ଦୁଇଟି ସହର ସ୍ଥାନ ପାଇଥିଲା । ଗତକାଲି ଝାରସୁଗୁଡ଼ା ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲାବଳେ ସମ୍ବଲପୁର ବିଶ୍ବର ୧୫ ତମ ଉତ୍ତପ୍ତ ସହର ପାଲଟିଥିଲା। ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ। ଏହା ସହିତ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପକ୍ଷରେ ଉପକୂଳରେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ତାଣ୍ଡବ ରଚିବ ବୋଲି ସୂଚନା ଦିଆଯଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଏହି ଅସହ୍ୟ ତାତି ଯୋଗୁଁ ବିଭିନ୍ନ ଜିଲ୍ଲାବାସୀ ଚିନ୍ତାରେ ଥିବା ଜଣାପଡ଼ିଛି। ଗୋଟିଏ ପଟେ ଉପକୁଳ ଜିଲ୍ଲାର କେତେକ ସ୍ଥାନରେ ନିୟମିତ ବ୍ୟବଧାନରେ କାଳବୈଶାଖୀ ଯୋଗୁଁ ବର୍ଷା ଓ ପବନ ଅନ୍ୟପଟେ ପଶ୍ଚିମ ଓଡ଼ିଶା ଜଳୁଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ମୁତାବକ ଏହିଭଳି ସମସ୍ୟା ଆସନ୍ତା ବର୍ଷମାନଙ୍କରେ ଅଧିକରୁ ଅଧିକ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *

error: Content is protected !!