ହୃଦୟ ରୋଗରେ ପୀଡିତ କୁ ସାହାଯ୍ୟ କଲା ସୁନ୍ଦରଗଡ଼ ବିଜେଡି
1 min read
ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ୭୫ ବର୍ଷୀୟ ବ୍ୟକ୍ତି ମହମ୍ମଦ ଅଖତର ହୁସେନ ପୂର୍ବରୁ ହୃଦୟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ କିମ୍ସ ଡାକ୍ତରଖାନାରେ ଚିକିତ୍ସା ହୋଇ ପ୍ରେସମେକର ଲଗେଇ ଅନେକ ଖର୍ଚ୍ଚାନ୍ତ ହୋଇ ଫେରିଥିଲେ। ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହୋଇ ରକ୍ତ ହେମୋଗ୍ଲୋବିନ କମି ଯିବାରୁ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭର୍ତ୍ତି ହୋଇ ଚିକିତ୍ସା ହୋଇଥିଲେ। ତାଙ୍କୁ ଗୋଟିଏ ବୋତଲ ରକ୍ତ ଦିଆ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟର ଟିକିଏ ଉନ୍ନତି ହେବାରୁ ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବୁର୍ଲା କିମ୍ବା ଉଚ୍ଚତର ଡାକ୍ତରଖାନାକୁ ନେଇ ଯିବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ହୁସେନଙ୍କ ପରିବାର ସୁନ୍ଦରଗଡ଼ ବିଜେଡିର ବରିଷ୍ଠନେତା ଜୟ ନାରାୟଣ ତ୍ରିପାଠୀଙ୍କୁ ସାକ୍ଷାତ କରି ତାଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ନେବାକୁ ଏକ ଆମ୍ବୁଲାନ୍ସ ଯୋଗେଇ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ସବୁ ବିଷୟ ଜାଣିବା ପରେ ସାଙ୍ଗେ ସାଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ ଆବଶ୍ୟକ ବ୍ୟବସ୍ଥା କରିଥିଲେ। ମହମ୍ମଦ ହୁସେନଙ୍କୁ ଡାକ୍ତରଖାନା ପଠାଇବା ସମୟରେ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ୱାର୍ଡ ନମ୍ବର 2ର କାଉନସିଲର ଅନିଲ ମହାପାତ୍ର, ମହମ୍ମଦ କଲିମ, ଆଲୋକ ବେହେରା ଓ ରିଣ୍ଟୁ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।