ଗ୍ରୀଷ୍ମକାଳୀନ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅନ୍ଧବିଶ୍ୱାସ ସମ୍ପର୍କୀତ ନାଟକ ‘ବାୟେନ’ ପ୍ରଦର୍ଶିତ

1 min read
Spread the love

ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ପରେ ମଧ୍ୟ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଜଣେ ପ୍ରକୃତି ପ୍ରେମୀ ନାରୀକୁ କିପରି ବାୟେନ ବା ଡାହାଣୀ ଭାବେ ଚିତ୍ରଣ କରି ସମାଜର ତଥାକଥିତ ବଡ଼ପଣ୍ଡାମାନେ ଶୋଷଣ କରୁଛନ୍ତି , ସେ ସମ୍ପର୍କରେ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଚାଲିଥିବା ଗ୍ରୀଷ୍ମକାଳୀନ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥିଲା ହିନ୍ଦି ନାଟକ ବାୟେନ’ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।

ପ୍ରଶିଦ୍ଧ ବଙ୍ଗଳା ଲେଖିକା ମହାସ୍ୱେତା ଦେବୀଙ୍କ ମୁଳ ରଚିତ ଗଳ୍ପ ‘ବାୟେନ’ ଉପରେ ଆଧାରିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶିଦ୍ଧ ନିର୍ଦ୍ଦେଶିକା ଉଷା ଗାଙ୍ଗୁଲି। ଜଣେ ନାରୀର କାହାଣୀ, ଲେଖିକା ମଧ୍ୟ ନାରୀ ଓ ନିର୍ଦ୍ଦେଶିକା ନାରୀକୁ ନେଇ ପ୍ରଦର୍ଶିତ ନାଟକରେ ଚମତ୍କାର ଅଭିନୟ ସହିତ ମଞ୍ଚସଜ୍ଜା ଅଭିଭୁତ କରିଥିଲା ଇସ୍ପାତ ସହରର ନାଟ୍ୟପ୍ରେମୀଙ୍କୁ। ନାଟକର କଳକାରମାନଙ୍କ ଅଭିନୟ ସାଙ୍ଗକୁ ସଙ୍ଗୀତ ସଂଯୋଜନା ନାଟକକୁ ବେଶ୍‌ ଉପଭୋଗ୍ୟ କରାଇପାରିଥିଲା। ମଞ୍ଚ ସଜ୍ଜା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ ବିଜୟ ପାତ୍ର, ସୁରେନ୍ଦ୍ର ପାଢ଼ୀ, ପ୍ରଜ୍ଞାନନ୍ଦ ମହାନ୍ତି ଓ ପ୍ରଳୟ ଶତପଥି ପ୍ରମୁଖ।

ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମକୁ ରାଉରକେଲା ଇସ୍ପାତ କାରଖାନାର ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏନ୍‌ଏସ୍‌ଡି ଜାତୀୟ ଡ୍ରାମା ସ୍କୁଲ୍‌ ରିପେରୋଟୋରୀ କମ୍ପାନୀର  ନିର୍ଦ୍ଦେଶକ ରାଜେଶ ସିଂହ ଏବଂ ଆର୍‌ଏସପି ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥି ଏବଂ ନାଟ୍ୟ ମହୋତ୍ସବର ସ୍ଥାନୀୟ ସଂଯୋଜକ ତଥା ନାଟ୍ୟକାର ଓ ଅଭିନେତା ଭାସ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!