ଅମର ଭବନ ପାର୍କିଙ୍ଗ୍‌ରେ ଚାଲିଛି ବେଆଇନ ପାର୍କିଙ୍ଗ ଶୁଳ୍କ ଆଦାୟ

1 min read
Spread the love

ରାଉରକେଲା ସହରର ରେଳ ଷ୍ଟେସନ ନିକଟରେ ରହିଛି ଅମର ଭବନ। ରାଜସ୍ଥାନ ପରିଷଦ ନାମକ ସାମାଜିକ ସଙ୍ଗଠନ ପକ୍ଷରୁ ଏହା ପରିଚାଳିତ ହୋଇଥାଏ। ଏହି ଭବନ ସମ୍ମୁଖରେ ରହିଛି ଏକ ପାର୍କିଙ୍ଗ୍‌ ସ୍ଥଳୀ। ଗତ ମାର୍ଚ୍ଚ ମାସରୁ ଏହି ପାର୍କିଙ୍ଗ୍‌ ସ୍ଥଳି ପାଇଁ ଟେଣ୍ଡର ନେଇଥିବା ସଂସ୍ଥାର କାର୍ଯ୍ୟକାଳ ସରିଯାଇଛି। ଏହା ସତ୍ତ୍ୱେ ସୁଦ୍ଧା ସେହି ସଂସ୍ଥା ଅଦ୍ୟାବଧି ପାର୍କିଙ୍ଗ ଶୁଳ୍କ ଆଦାୟ କରୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପାର୍କିଙ୍ଗ ନିମନ୍ତେ ଟେଣ୍ଡର ଡକାଯାଇ ଆବଶ୍ୟକ ବ୍ୟବସ୍ଥା ମୁତାବକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଥାଏ। ଇତି ମଧ୍ୟରେ ଠିକା ସଂସ୍ଥାକୁ ଦିଆଯାଇଥିବା ଟେଣ୍ଡର ଅବଧି ସରିବାର ଦୁଇମାସ ସରିଥିଲେ ମଧ୍ୟ ଏ ନେଇ ମହାନଗର ନିଗମ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନନେବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଅମର ଭବନ ସମ୍ମୁଖରେ କାହା ଅନୁମତି ଓ କେଉଁ ସ୍ଥିତିରେ କିଛି ଖାଦ୍ୟ ସାମଗ୍ରୀ ଦୋକାନ ଚାଲିଛି ତାହା ଅନୁସନ୍ଧାନ ସାପେକ୍ଷ। କାରଣ ଏହି ଖାଦ୍ୟ ସାମଗ୍ରୀ ଓ ଖାଦ୍ୟ ବିକ୍ରୟ ଦୋକାନ ଯୋଗୁଁ ଏକାଧିକ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଅମର ଭବନ କର୍ତ୍ତୃପକ୍ଷ ଓ ମହାନଗର ନିଗମ କର୍ତ୍ତୃପକ୍ଷ ଚୁପ୍‌ କେଉଁ କାରଣରୁ ରହିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!