କେନ୍ଦ୍ର ମନ୍ତ୍ରୀ ଡା ମହେନ୍ଦ୍ରଭାଇ ମୁଞ୍ଜିପାରାଙ୍କ ସାମ୍ବାଦିକ ସମ୍ମିଳନୀ

1 min read
Spread the love

କେନ୍ଦ୍ର ଆୟୁଷ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗର ରାଜ୍ୟ ମନ୍ତ୍ରୀ ଡା ମହେନ୍ଦ୍ରଭାଇ ମୁଞ୍ଜିପାରା ପାନପୋଷ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗତ ୯ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ବିଶେଷ କରି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା

ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଅନେକ ଲୋକ ଉପକୃତ ହେଉଥିବା ଡା ମୁଞ୍ଜିପାରା କରିଛନ୍ତି। ଏହା ସହିତ ଏହି ଅବସରରେ ସେ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ରାଉରକେଲା ସହରର ପାନ୍ଥନିବାସଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଜେପିର ବରିଷ୍ଠ ନେତା ଜଗବନ୍ଧୁ ବେହେରା, ନିହାର ରାୟଙ୍କ ସମେତ ପାନପୋଷ ମଣ୍ଡଳ ସଭାପତି ଲତିକା ପଟ୍ଟନାୟକଙ୍କ ସହିତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଉପଲକ୍ଷେ  ବିଭିନ୍ନ ଉପଲବ୍ଧି ସମ୍ପର୍କରେ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!