ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର୍ ନିକଟରେ ଓଲଟିଲା ବସ୍: ଜଣେ ମୃତ ୮ ଆହତ
1 min read
ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର୍ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏହାଫଳରେ ବସ୍ରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲାବେଳେ ଆଠଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ବସ୍ଟି ଭାରସାମ୍ୟ ହରାଇ ଶୁକ୍ରବାର ଅପରାହ୍ଣରେ ଓଲଟି ପଡ଼ିଥିଲା।

ଆହତମାନଙ୍କ ମଧ୍ୟରୁ ଗୁରୁତ୍ତର ୩ଜଣଙ୍କୁ ଜୟପ୍ରକାଶ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ପାଞ୍ଚଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ – ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି।