ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

1 min read
Spread the love

ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ସୁକାନ୍ତ କୁମାର ସାହୁ ପଦୋନ୍ନତି ପାଇ ପାରାଦ୍ୱୀପ କାର୍ଯାଳୟକୁ ବଦଳି ହୋଇଛନ୍ତି । ଏଥିପାଇଁ ଶାଖାର ସମସ୍ତ କର୍ମଚାରୀଙ୍କ ସହିତ ଆଖପାଖ ଅଞ୍ଚଳର ବାରଟି ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ଉପସ୍ଥିତ ରହି  ଶ୍ରୀ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ସହ ପ୍ରବନ୍ଧକ ପ୍ରଭୁଦତ୍ତ ଚକ୍ରବର୍ତ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଶ୍ରୀ ସାହୁଙ୍କ କାଯ୍ୟକରିବାର ଦକ୍ଷତା କୁ ପ୍ରଶଂସା କରାଯାଇଥିଲା l ଜିଲ୍ଲା ସଂଯୋଜକ ବିମଳ କୁମାର ପଣ୍ଡା ତାଙ୍କୁ ଜଣେ ଉତ୍ତମ ମେଳାପୀ ଓ ସମୟାନୁବର୍ତ୍ତିତା ବ୍ୟକ୍ତି ବୋଲି କହିଥିଲେ। ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସ୍ୱତାଧିକାରୀ ଗୋପବନ୍ଧୁ ବେହେରା   ଜଣେ ଶୃଙ୍ଖଳିତ ଓ କର୍ତ୍ତଵ୍ୟ ପରାୟଣ ବ୍ୟକ୍ତି ଓ ସର୍ବଦା  ଗ୍ରାହକ ମାନଙ୍କର ସୁଖ ଦୁଃଖର ସାରଥୀ ହୋଇ ଶ୍ରୀ ସାହୁ ସ୍ମରଣୀୟ ରହିବେ ବୋଲି କହିଥିଲେ।

 ବିଦାୟୀ ଅଧିକାରୀ ଶ୍ରୀ ସାହୁ  ପ୍ରତ୍ୟୁତ୍ତରରେ ଭାବବିହ୍ବଳ ବକ୍ତବ୍ୟ ରଖିବା ସହ ଯୋରନ୍ଦା ଅଞ୍ଚଳର ବିତାଇ ଥିବା ସମୟ ଓ ସହକର୍ମୀମାନଙ୍କ ବନ୍ଧୁତ୍ବଗୁଣ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ବ୍ୟାଙ୍କ କର୍ମଚାରୀ ଗୌତମ ସାହୁ ଓ ସ୍ୱୟମଜିତ ବେହେରା ନିଜ ମନ୍ତବ୍ୟରେ କୌଣସି କାର୍ଯ୍ୟକୁ ସେବା ବୋଲି ଭାବିଲେ କ୍ଳାନ୍ତି ଲାଗିବ ନାହିଁ କହିଥିଲେ। ନିଜର କର୍ମ ପ୍ରତି ପ୍ରତିବଦ୍ଧତା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ  ବିଦାୟୀ ଅଧିକାରୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ବିଷ୍ଣୁ କଲ୍ୟାଣ କର ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!