ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ବାଳିକା ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ
1 min read
ଢେଙ୍କାନାଳ ଜିଲ୍ଲା ସଦରରେ ଥିବା ମିନି ଷ୍ଟାଡିୟମ ଠାରେ ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ ଅବସର ରେ ୟୁନିସେଫ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୁଲ୍ୟ ରେ ଜିଲ୍ଲା ସ୍ତରୀୟ ବାଳିକା ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହାକୁ ଜିଲାପାଳ ସରୋଜ କୁମାର ସେଠୀ ଉଦଘାଟନ କରିଥିଲେ। ଏଥରେ ପ୍ରାୟ ୬୦ ରୁ ୭୦ ଜଣ ବିଭିନ୍ନ ବର୍ଗର ବାଳିକା ହକି ଖେଳାଳି ୩ଟି ଦଲରେ ଟିମ ରେ ବିଭକ୍ତ ହୋଇ ଭାଗ ନେଇଥିଲେ। ଉଦଘାଟନ ଉତ୍ସବ ରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଜିଲ୍ଲା ଶ୍ରମ ଅଧିକାରୀ, ୟୁନିସେଫ ଆକ୍ସନ ଏଡ଼ ଆସୋସିଏସନ କାର୍ଯ୍ୟକ୍ରମ ପରିଚାଳକ ଏବଂ ଜିଲ୍ଲା ସଂଯୋଜକ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ଖେଳ ଶେଷରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଉଦୟ ମହାପାତ୍ର ଅତିଥିଭାବେ ଯୋଗଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ମୁଁ ଶିକ୍ଷା ଚାହେଁ ଦକ୍ଷତା ନିମନ୍ତେ ର ସ୍ଲୋଗାନ ଦେଇ ବାଳିକା ମାନଙ୍କୁ ଉପାହିତ କରିଥିଲେ। ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ ଅବସରରେ ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ଏବଂ ବାଲ୍ୟ ବିବାହ ମୁକ୍ତ ଢେଙ୍କାନାଳ ଜିଲ୍ଲା ଗଠନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା। ଶେଷରେ ଜିଲ୍ଲା ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।