ଲାଠିକଟାରେ ଆଚାର୍ଯ୍ୟ ଦେବଙ୍କ ଜନ୍ମ ଦିବସ ପାଳନ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅଣନାତୀ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ୫୬ତମ ଜନ୍ମ ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ସର୍ବପ୍ରଥମେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଫୋଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାପରେ ଅନୁଷ୍ଠିତ ଧର୍ମସଭାରେ ଅନୁଷ୍ଠାନର ବରିଷ୍ଠ ସାଧକ ଶାନ୍ତନୁ କୁମାର ନାଏକ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହିମା ଓ ଆଲୌକିକତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହା ସହିତ ପ୍ରତ୍ୟେକ ମଣିଷ ଜୀବନରେ ଜଣେ ଗୁରୁଙ୍କର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିବା ବେଳେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶରଣାଗତ ହୋଇ ମୋକ୍ଷ ପ୍ରାପ୍ତିର ପଥିକ ହେବାକୁ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆହ୍ୱାନ କରିଥିଲେ। ଶେଷରେ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନର ଆନନ୍ଦ ନେଇଥିଲେ। ଏହି ଅବସରରେ ଲାଠିକଟା ସତସଙ୍ଗ କମିଟିର ସମସ୍ତ ଗୁରୁ ଭାଇ ଭଉଣୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!