ଗ୍ରୀଷ୍ମକାଳୀନ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହେଲା ନାଟକ ‘ ମାଇରୀ ମେଁ  କାସେ କହୁଁ’

1 min read
Spread the love

ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଥିବା ଅସମାନତା ଏବଂ ସାମାଜିକ କ୍ଷେତ୍ରରେ ପୁରୁଷର ନାରୀ ଓ ପ୍ରାଧାନ୍ୟ ସମ୍ପ୍ରତି ଏକ ବିକଟ ସମସ୍ୟା ଭାବେ ଦେଖାଦେଇଛି। ଏହିଭଳି ପ୍ରସଙ୍ଗକୁ ନେଇ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଚାଲିଥିବା ଗ୍ରୀଷ୍ମକାଳୀନ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥିଲା ହିନ୍ଦି ନାଟକ ‘ମାଇରି ମେଁ କାସେ କହୁଁ’ ନାଟକ।

ବିଜୟଦାନ ଦେଠାଙ୍କ ରଚନା ଓ ଅଜୟ କୁମାରଙ୍କ ନିର୍ଦ୍ଦେଶନାରେ ଏହି ନାଟକକୁ ଉପସ୍ଥିତ ଦର୍ଶକ ପସନ୍ଦ କରିଥିଲେ। ସମ୍ପ୍ରତି ଆମ ସମାଜରେ ନାରୀ ସ୍ୱାଧୀନତାର ଦ୍ୱାହି ଦେଉଥିବା ପୁରୁଷମାନେ କାମରେ ଗୋଟିଏ ଓ କଥାରେ ଅନ୍ୟ ବୋଲି ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କୌଣସି ନା କୌଣସି ପୁରୁଷ ଦ୍ୱାରା ନିୟନ୍ତ୍ରିତ ହୋଇଥିବାର ବାର୍ତ୍ତା ରହିଛି ଏହି ନାଟକରେ।

ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମକୁ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନ୍ୟତମ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଓ କଳକାର ଅବତାର ସାହାଣୀ  ଉପସ୍ଥିତ ଥିଲେ।

ଏହା ସହିତ ଏନ୍‌ଏସ୍‌ଡି ଜାତୀୟ ଡ୍ରାମା ସ୍କୁଲ୍‌ ରିପେରୋଟୋରୀ କମ୍ପାନୀର  ନିର୍ଦ୍ଦେଶକ ରାଜେଶ ସିଂହ ଏବଂ ଆର୍‌ଏସପି ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥି ଏବଂ ନାଟ୍ୟ ମହୋତ୍ସବର ସ୍ଥାନୀୟ ସଂଯୋଜକ ତଥା ନାଟ୍ୟକାର ଓ ଅଭିନେତା ଭାସ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!