ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
1 min read
ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ସହିତ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍ ରାଜଗାଙ୍ଗପୁରରେ ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସୁସ୍ଥ ଜୀବନଶୈଳୀ ନିମନ୍ତେ ଏକ ମିନି ସାଇକ୍ଲୋଥନ୍ ସହିତ ବିଶ୍ୱ ପରିବେଶ ଦିବସ ଆରମ୍ଭ ହୋଇଥିଲା ଯେଉଁଥିରେ କମ୍ପାନୀର 70 କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସାଇକ୍ଲୋଥନ୍ ବିର୍ ବିର୍ସା ଖେଳ ପଡିଆରୁ ଆରମ୍ଭ କରାଯାଇଥିଲା ଏବଂ ସମଗ୍ର ସହରର ପରିକ୍ରମା କରି ରାଜଗଙ୍ଗପୁର କ୍ଲବ ଠାରେ ସମାପ୍ତ ହୋଇଥିଲା । ଏହା ସହିତ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର କାରଖାନା ପରିସରରେ ମୋଟ 466 ଟି ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏହା ବ୍ୟତୀତ ଡାଲମିଆ ବିଦ୍ୟା ମନ୍ଦିର -ଡିଭିଏମ୍ ରାଜଗାଙ୍ଗପୁର ଏବଂ ଲାଞ୍ଜିବେର୍ଣ୍ଣl ଚୂନପଥର ଖଣି କଲୋନୀରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଲାଞ୍ଜିବେର୍ଣ୍ଣl ଚୂନପଥର ଖଣିରେ ବୃକ୍ଷରୋପଣ, ପାନୀୟ ଜଳ ସୁବିଧା ଉଦ୍ଘାଟନ ଏବଂ ପୁରସ୍କାର ବିତରଣ ପରି ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ଆୟୋଜନ କରାଯାଇଥିଲା । କ୍ଲିନ୍ ଡ୍ରାଇଭ୍ ପଦକ୍ଷେପର ଏକ ଅଂଶ ଭାବରେ ରାଜଗାଙ୍ଗପୁର ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ କପଡା ବ୍ୟାଗ ବଣ୍ଟନ କରାଯାଇଥିଲା ତତ୍ସହିତ ଷ୍ଟେସନ ପରିସର କୁ ସଫା କରିବା ସହିତ ବୃକ୍ଷରୋପଣ କରାଯାଇଥିଲା। “ସେଭ୍ ଏନର୍ଜି” ପଦକ୍ଷେପ ଅନ୍ତର୍ଗତ ଡିଭିଏମ୍ ବିଦ୍ୟାଳୟକୁ ସୋଲାର ବିଦ୍ୟାଳୟରେ ପରିଣତ କରିବା ପାଇଁ ସୋଲାର ପ୍ୟାନେଲ୍ ଉଦ୍ଘାଟନ କରାଯାଇଥିଲା । ୩ ଆର୍ ଧାରଣା ଉପରେ ସଙ୍ଗମ ମହିଲା ମଣ୍ଡଳର ସଦସ୍ୟମାନଙ୍କ ଦ୍ୱାରା କୃତ୍ରିମ ଉଦ୍ୟାନ ପ୍ରସ୍ତୁତ କରାଯାଇଥିଲା ଏବଂ ରାତ୍ରି ରେ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜଳାଇ ଜିରୋ ଲାଇଟ୍ ଆୱାର ପାଳନ କରିବା ସହିତ ବିଶ୍ୱ ପରିବେଶ ଦିବସ ସମାପ୍ତ ହୋଇଥିଲା ।

ସେହିଭଳି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ -ସିଏସ୍ଆର ପକ୍ଷରୁ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ 40 ଟି ଏସଏଚଜି ମହିଳା ସଦସ୍ୟ ଏବଂ ନିକଟସ୍ଥ ଗାଁର ଛାତ୍ରମାନଙ୍କ ଦ୍ୱାରା 2 କିଲୋମିଟର ସାଇକେଲ୍ ରାଲି ଆୟୋଜନ କରାଯାଇଥିଲା ଯାହା ବିହlବନ୍ଧ ଗ୍ରାମରୁ ଆରମ୍ଭ ହୋଇ ଜ୍ଞାନପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ସହି ପରି ଜ୍ଞାନପାଲି, ଦମ୍ପସ, ଭେଲାୱାଡ଼ିହି ଏବଂ ଗୁଣ୍ଡିପଡ଼ା ନାମକ ଚାରିଟି ଗାଁର 120 ଏସଏଚଜି ମହିଳା ସଦସ୍ୟଙ୍କ ଦ୍ୱାରା ଏକ ପଦ ଯାତ୍ରା ଜ୍ଞାନପାଲି ଗ୍ରାମରୁ ଆରମ୍ଭ ହୋଇ ଜ୍ଞାନପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଓମପ୍ରକାଶ ଖେଲକର ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଲାଞ୍ଜିବେର୍ଣ୍ଣl ଚୂନପଥର ଖଣି, ସରୋଜ ଶ୍ରୀବାସ୍ତବ ଅଧକ୍ଷ ଜାଗ୍ରୁତି ମହିଲା ମଣ୍ଡଳ, ପୁଷ୍ପା କେର୍କେଟା ସରପଞ୍ଚ କଟାଙ୍ଗ ଜିପି, କମଲା କୁଜୁର ସରପଞ୍ଚ ଜ୍ଞାନପାଲୀ ଜିପି ଏବଂ ସୁବାଷ ଚନ୍ଦ୍ର ରାଣା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନପାଲି ଜିପି ଅତିଥି ଭାବରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ଅତିଥିମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଫଳ ଗଛ ଚାରା ରୋପଣ କରିଥିଲେ ଏବଂ ପରେ ବୃକ୍ଷରୋପଣ ପାଇଁ ଜ୍ଞାନପାଲି ଗ୍ରାମପଞ୍ଚାୟତର ସମ୍ପ୍ରଦାୟ ମଧ୍ୟରେ ଆମ୍ବ, ଲିଚି, ସାପେଟା ଏବଂ ଲେମ୍ବୁ ପରି 500 ଫଳ ଗଛ ଚାରା ବୃକ୍ଷରୋପଣ ପାଇଁ ବଣ୍ଟନ କରାଯାଇଥିଲା। ବୃକ୍ଷରୋପଣ ପରେ ଅତିଥିମାନେ ପ୍ରଦର୍ଶନୀ କକ୍ଷ ପରିଦର୍ଶନ କରିଥିଲେ ଏବଂ ଆଖପାଖ ଗାଁର ଶିଶୁ ଏବଂ ଏସଏଚଜି ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସର୍ବୋତ୍ତମ ପରିବେଶ ଚିତ୍ର ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୱାଡି କୃଷକ ଭାବେ 5 କୃଷକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
ଡିସିବିଏଲ୍ର ଆର ଆଣ୍ଡ୍ ଆର ଟିମ୍ ମଧ୍ୟ କାଟାଙ୍ଗ ଆର ଆଣ୍ଡ ଆର କଲୋନୀରେ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ ଯେଉଁଠାରେ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍ ଏବଂ ୟୁନିଟ ହେଡ-ରାଜଗାଙ୍ଗପୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶ୍ରୀ ଓମପ୍ରକାଶ ଖେଲକର ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଲାଞ୍ଜିବେର୍ଣ୍ଣ । ଚୂନପଥର ଖଣି, ଶ୍ରୀ ବିଶ୍ୱଜିତ୍ ସାମନ୍ତରାୟ ଜେନେରାଲ୍ ମ୍ୟାନେଜର (ହେଡ୍-ସିଭିଲ୍) ଏବଂ ଶ୍ରୀମତୀ ପୁଷ୍ପା କେର୍କେଟା ସରପଞ୍ଚ କଟାଙ୍ଗ ଜିପି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହାତ ତିଆରି ଫାଉଣ୍ଟେନ ଉଦ୍ଘାଟନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ପରେ ଅତିଥିମାନେ ଆର ଆଣ୍ଡ୍ ଆର କଲୋନୀ ପରିସରରେ ଫଳ ଗଛ ଚାରା ରୋପଣ କରିଥିଲେ ଏବଂ ଆଖପାଖ ଗାଁର 6-12 ଶ୍ରେଣୀର ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ (ଥିମ୍-ବିଟ୍ ପ୍ଲାଷ୍ଟିକ୍ ସେଭ୍ ଏନଭାଇରମେଣ୍ଟ) ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଲିଚି, ଆମ୍ବ, ପିଜୁଳି ଏବଂ ଡାଳିମ୍ବ ପରି ପ୍ରାୟ 320 ଫଳ ଗଛ ଚାରା ଆର ଆଣ୍ଡ୍ ଆର ଟିମ୍ ଦ୍ୱାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ 100 ରୁ ଅଧିକ ମହିଳା ନିର୍ମାଣ ଶ୍ରମିକଙ୍କୁ ଅତିଥିମାନଙ୍କ ଦ୍ୱାରା ଆର ଆଣ୍ଡ ଆର କଲୋନୀର ସବୁଜତା ବଜାୟ ରଖିବା ପାଇଁ ଏବଂ ରଙ୍ଗୋଲି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମ୍ମାନିତ କରାଯାଇଥିଲା । ନିର୍ମାଣ ସହଭାଗୀ ମାନଙ୍କୁ ଆର ଆଣ୍ଡ୍ ଆର କଲୋନୀ ତିଆରି କରିବାରେ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଅତିଥି ମାନେ ପ୍ରଶଂସା କରିବାସହିତ ଇକୋ-ଫ୍ରେଣ୍ଡଲି ଉତ୍ପାଦ ଦେଇ ସମ୍ମାନିତ କରିଥିଲେ।
ଶ୍ରୀ ଚେତନ ଶ୍ରୀବାସ୍ତବ, “ବୃକ୍ଷର ଉପକାରିତା ତଥା ପରିବେଶ ପରିସ୍କାର ପରିଛନ୍ନତା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଏହା ସହିତ ଗ୍ରାମବାସୀଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାଲମିଆ ସିମେଣ୍ଟ ପରିବେଶର ସୁରକ୍ଷାକୁ ନେଇ ସର୍ବଦା ଗମ୍ଭୀର ରହିଆସିଛି, ଯେଉଁଥିପାଇଁ କାରଖାନା ସବୁ ପ୍ରକାର ପଦକ୍ଷେପ ପ୍ରତି ଧ୍ୟାନ ଦେଉଛି।