କେଟିଏଚ୍‌ ଟ୍ରଷ୍ଟ୍‌ ପକ୍ଷରୁ ବାହାନଗା ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

1 min read
Spread the love

ରାଉରକେଲା ସହର ଜଣାଶୁଣା ଅସ୍ଥିଶଲ୍ୟ ଚିକିତ୍ସାଳୟ କେଟିଏଚ୍‌ ଡାକ୍ତରଖାନାର ପରିଚାଳନା ମଣ୍ଡଳୀ ଏବଂ କେଟିଏଚ ଟ୍ରଷ୍ଟ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରାଯାଇଛି । ଡାକ୍ତରଖାନା ପରିସରରେ ଏକ ଶୋକ ସଭାର ଆୟୋଜନ ଅବସରରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛିl ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଡାକ୍ତରଖାନାର ପରିଚାଳନା ମୁଖ୍ୟ ଡାକ୍ତର ଉତ୍ତମ ଚରଣ ଜେନା ବକ୍ତବ୍ୟ ରଖି ଏହି ଅଭାବନୀୟ ଦୁର୍ଘଟଣା ପାଇଁ ଉଦବେଗ ପ୍ରକାଶ କରାଯାଇଛି ।

ଏହା ସହିତ ଆହତଙ୍କ ସେବା ଏବଂ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ସହାୟତା ପାଇଁ ସମସ୍ତେ ଅକୁଣ୍ଠ ଚିତ୍ତରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଦୁର୍ଘଟଣାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପର ପ୍ରଶଂସା କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ଥିବା ସମସ୍ତ ନେତୃବୃନ୍ଦ ଏବଂ ସେବାକାରୀଙ୍କୁ ସାଧୁବାଦ ଦେଇଥିଲେ। ଏହା ସହିତ କେଟିଏଚ୍‌ ଟ୍ରଷ୍ଟ ପଷରୁ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଥିବା ଡା. ଜେନା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ବିଭିନ୍ନ ବିଭାଗର ଡାକ୍ତର, ସେବିକା ଓ କର୍ମଚାରୀ ଏବଂ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!