ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ର ଶୁଭାରମ୍ଭ କଲେ ମନ୍ତ୍ରୀ ସାରଦା ନାୟକ
1 min read
ପାନପୋଷ ଉପଖଣ୍ଡ ଅଞ୍ଚଳ ପାଇଁ ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ। ସ୍ଥାନୀୟ ଶ୍ରମ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ରଥ ମାଧ୍ୟମରେ ପାନପୋଷ ଉପଖଣ୍ଡର ୪ଟି ବ୍ଲକ ଯଥା ବିଶ୍ରା, ନୁଆଗାଁ, କୁଆଁରମୁଣ୍ଡା ଓ ଲାଠିକଟା ବ୍ଲକ୍ ସହିତ ରାଉରକେଲା ମହାନଗର ଓ ଶିଳ୍ପାଞ୍ଚଳରେ ଶିଶୁ ଶ୍ରମିକ ସମ୍ପର୍କୀତ ସଚେତନତା ବାର୍ତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏହି ରଥ ମାଧ୍ୟମରେ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନଲଗାଇବା ସମ୍ପର୍କରେ ବାର୍ତ୍ତା ଦିଆଯିବ ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଛନ୍ତି। ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ଶ୍ରବ ବିଭାଗରର ସ୍ଥାନୀୟ ଅଧିକାରୀ ପ୍ରଣବ ରଞ୍ଜନ ଜେନା ଓ ଦିବ୍ୟାଜ୍ୟୋତି ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।