ରାଉରକେଲା ଶିଳ୍ପ ଓ ବଣିକ ସଂଘର ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କ ଦାୟିତ୍ୱ ଗ୍ରହଣ
1 min read
ନିକଟରେ ସମାପ୍ତ ହୋଇଥିଲା ରାଉରକେଲା ଶିଳ୍ପ ଓ ବଣିକ ସଂଘର ବାର୍ଷିକ ନିର୍ବାଚନ। ଏହାପରେ ମଙ୍ଗଳବାର ଦିନ ସଂଘର କାର୍ଯ୍ୟାଳୟ ପରିସରରେ ପୁରାତନ କର୍ମକର୍ତ୍ତାଙ୍କ ଦ୍ୱାରା ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ଅବସରରେ ବିଦାୟୀ ସଭାପତି ନବନିଯୁକ୍ତ ସଭାପତିଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି। ସେହିଭଳି ନବ ନିଯୁକ୍ତ ସଭାପତି ସୁନୀଲ କାୟଲ ସଂଘର ବିଭିନ୍ନ କାର୍ଯ୍ୟକୁ ଆଗକୁ ବଢ଼ାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ନବ ନିର୍ବାଚିତ ବିଭିନ୍ନ ବର୍ଗର କର୍ମକର୍ତ୍ତା ଓ ବିଗତ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।