ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରସଙ୍ଗକକୁ ନେଇ ବିଜୁ ଜନତା ଦଳ ଯୁବ ଓ ଛାତ୍ର ମୋର୍ଚ୍ଚାର ବିରୋଧ ପ୍ରଦର୍ଶନ

1 min read
Spread the love

ଗତ ଦୁଇଦିନ ପୂର୍ବେ ରାଉରକେଲା ସହରର ଅନ୍ୟତମ ଶିକ୍ଷାନୁଷ୍ଠାନ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦଶନ ହୋଇଥିଲା। ଏହା ସହିତ ମହାବିଦ୍ୟାଳୟ ଘଟଣାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣାକୁ ବିଜେଡି ଛାତ୍ର ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମୋର୍ଚ୍ଚାର କର୍ମକର୍ତ୍ତାମାନେ ମହାବିଦ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ବିନା କାରଣରେ ବିଧାୟକଙ୍କୁ ବଦ୍‌ନାମ କରାଯାଉଛି ବୋଲି କୁହାଯାଇଛି। ଏହା ସହିତ ଛାତ୍ର କଂଗ୍ରେସ ତରଫରୁ ହୋଇଥିବା ବିରୋଧକୁ ବିରୋଧ କରିବା ସହ ବେଆଇନଭାବେ କାର୍ଯ୍ୟ କରିଥିବା ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କ ବିରୋଧରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ସବୁଠାରୁ ମଜା କଥା ହେଉଛି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏହି ବିରୋଧ ପ୍ରଦର୍ଶନ ହୋଇଥିଲା। ବିରୋଧ ପ୍ରଦର୍ଶନର ସମୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!