ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ନାମ ଖରାପ ହେଉଥିବା ଅଭିଯୋଗ କଲା ପୂରାତନ ଛାତ୍ର ସଂଘ

1 min read
Spread the love

ରାଉରକେଲାର ଅନ୍ୟତମ ସୁନାମଧନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନଭାବେ ପରିଚିତ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନାମକୁ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ବ୍ୟକ୍ତିମାନେ ଖରାପ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ସଂଘର କର୍ମକର୍ତ୍ତା। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି କମଳକାନ୍ତ ନାୟକ ଓ ଅନୀଲ ସିଂହ ପ୍ରମୁଖ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାଘବେନ୍ଦ୍ର ଠାକୁର ନାମକ ଜଣେ ବ୍ୟକ୍ତି ଅନ୍ୟ କିଛି ବ୍ୟକ୍ତିଙ୍କ ସହିତ ମିଶି ବିଭିନ୍ନ ଆଳରେ ମହାବିଦ୍ୟାଳୟର ନାମକୁ ଖରାପ କରୁଛନ୍ତି। ଏହା ସହିତ ମହାବିଦ୍ୟାଳୟର କିଛି ଅଧ୍ୟାପକଙ୍କୁ ମଧ୍ୟ ବଦ୍‌ନାମ କରୁଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!