ଗ୍ରୀଷ୍ମକାଳୀନ ଜାତୀୟ ନାଟକ ମହୋତ୍ସବ-୨୦୨୩ ବୁଧବାରରୁ ଆରମ୍ଭ
1 min read
ରାଉରକେଲା ସହରର ସିଭିକ୍ ସେଣ୍ଟରଠାରେ ରାଉରକେଲା ଇସ୍ପାତ କାରଖାନା-ଆର୍ଏସପି ସହାୟତାରେ ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଦ୍ଵାରା ଆୟୋଜିତ ଗ୍ରୀଷ୍ମକାଳୀନ ଜାତୀୟ ନାଟକ ମହୋତ୍ସବ-୨୦୨୩ ସମ୍ପର୍କୀତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜାତୀୟ ଡ୍ରାମା ସ୍କୁଲ୍ ରିପେରୋଟୋରୀ କମ୍ପାନୀର ମୁଖ୍ୟ ରାଜେଶ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହୋତ୍ସବ ଉତ୍ସବର ସଂଯୋଜକ ତଥା ନାଟ୍ୟକାର ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ଆର୍ଏସ୍ପି ଜନ ସମ୍ପର୍କ ଅଧିକାରୀ ଅର୍ଚ୍ଚନା ଶତପଥୀ ଉପସ୍ଥିତ ଥିଲେ। ‘ଜାତୀୟ ନାଟ୍ୟ ବିଦ୍ୟାଳୟ ପ୍ରଥମ କରି ଓଡ଼ିଶାରେ ୧୪ ଦିବସୀୟ ଗ୍ରୀଷ୍ମକାଳୀନ ନାଟ୍ୟ ମହୋତ୍ସବ-୨୦୨୩ ପାରାଦୀପ, ରାଉରକେଲା ଓ ପୁରୀରେ ଆୟୋଜନ କରୁଛି ବୋଲି ସୂଚନା ଦେଇଥିଲେ। ଏହିକ୍ରମରେ ରାଉରକେଲାର ସିଭିକ୍ ସେଣ୍ଟର ଠାରେ ରାଉରକେଲା ଇସ୍ପାତ କାରଖାନା ସହାୟତାରେ ଜୁନ୍ ୭ ତାରିଖରେ ପଦ୍ମଶ୍ରୀ ରାମଗୋପାଳ ବଜାଜଙ୍କ ନିର୍ଦ୍ଦେଶିତ ତଥା ଧର୍ମବୀର ଭାରତୀଙ୍କ ଦ୍ବାରା ଲିଖତ ‘ଅନ୍ଧାଯୁଗ’ ୮ ଜୁନ୍ରେ ବିଜୟ ଦାନଙ୍କ ଦ୍ବାରା ଲିଖୁତ ଅଜୟ କୁମାରଙ୍କ ନିର୍ଦ୍ଦେଶିତ ସଂଗୀତମୟ ନାଟକ ‘ମାଇରି ମେଁ କାସେ କହୁଁ’, ୯ ଜୁନ୍ରେ ମହାଶ୍ୱେତା ଦେବୀଙ୍କ ଦ୍ବାରା ରଚିତ ଓ ଉଷା ଗାଙ୍ଗୁଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ‘ବାୟେନ୍’, ୧୦ ଜୁନ୍ରେ ଇସ୍ଲାଇନ୍ ଚୁନାରାଙ୍କ ଦ୍ଵାରା ଲିଖତ ପଦ୍ମଶ୍ରୀ ରାମଗୋପାଳ ବଜାଜଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ‘ଲୈଲା ମଜନୁ’, ୧୧ ଜୁନ୍ରେ ଅଜୟ ଶୁକ୍ଲାଙ୍କ ଦ୍ବାରା ରଚିତ ଓ ଚିତ୍ତରଞ୍ଜନ ତ୍ରୀପାଠୀଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ‘ତାଜମହଲ କା ଟେଣ୍ଡର’ ମଞ୍ଚସ୍ଥ ହେବ ବୋଲି ସୂଚନା ଦିଆଯାଇଛି । ସମସ୍ତ ନାଟକ ଦର୍ଶକ ନିଶୁଳ୍କ ଦେଖପାରିବେ । ଦର୍ଶକଙ୍କୁ ଅନୁରୋଧ ୭ଟା ପୂର୍ବରୁ ହଲକୁ ପ୍ରବେଶ କରିବେ ଏବଂ ଠିକ୍ ୭ଟାରେ ନାଟକ ଆରମ୍ଭ ହେବ। ଏଥିରେ ଜାତୀୟ ଡ୍ରାମା ସ୍କୁଲ୍ର ପ୍ରାକ୍ତନ ଛାତ୍ରୀ ତଥା ହିନ୍ଦୀ ଚଳଚ୍ଚିତ୍ର ଏବଂ ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ହିମାନୀ ଶିବପୁରୀ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିବେ।