ରାଉରକେଲା ଓକିଲ ସଂଘ ପକ୍ଷରୁ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ସମ୍ବର୍ଦ୍ଧନା
1 min read
ରାଜ୍ୟ ମନ୍ତ୍ରୀମଣ୍ଡଳରେ ନିକଟରେ ସ୍ଥାନ ପାଇଛନ୍ତି ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ। ସେ ଶ୍ରମ ଓ କର୍ମଚାରୀ ବିମା ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ନେଇଛନ୍ତି। ଏହି ଅବସରରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଉଦିତ ନଗର ବିରଜାପାଲ୍ଲୀ ସ୍ଥିତ ଅଦାଲତ ସମୂହ ପରିସରରେ ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓକିଲମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରିଙ୍କ ଦୃଷ୍ଟି ଆକର୍ଷନ କରାଯାଇଥିଲା। ଏହା ସହିତ ଏହି ଅବସରରେ ବାଲେଶ୍ୱର , ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ମନ୍ତ୍ରି ସମ୍ବର୍ଦ୍ଧନାର ଉତ୍ତରରେ ଓକିଲ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷନ କରାଯାଇଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।