ବେଦବ୍ୟାସ ଲାଏନ୍ସ ଟ୍ରଷ୍ଟ ବୋର୍ଡର ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ : ସୁରେଶ କେଜ୍ରିୱାଲ ହେଲେ ଅଧ୍ୟକ୍ଷ

1 min read
Spread the love

ରାଉରକେଲା ସହରର ଅନ୍ୟତମ ପରିଚିତ ଲାଏନ୍ସ ଆଇ ହସ୍‌ପିଟାଲ ପରିଚାଳନା କରୁଥିବା ବେଦବ୍ୟାସ ଲାଏନ୍ସ ଟ୍ରଷ୍ଟ ବୋର୍ଡର ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ଦ୍ବନ୍ଦ୍ବରେ ସୁରେଶ କେଜ୍ରିୱାଲ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସତିଶ ଗୌତମ ଉପାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ପରିଷଦକୁ କମଲେଶ ସାରଦା, ରାଜେଶ ଅଗ୍ରୱାଲ, ଲକ୍ଷ୍ମୀନାରାୟଣ ଗୋଏଲ, ସନ୍ଦୀପ ଅଗ୍ରୱାଲ, ମନୋଜ ଅଗ୍ରୱାଲ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ପୱନ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି। ଏହି ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କର କାର୍ଯ୍ୟକାଳ ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!