ରାଉରକେଲା ରେଳ ଷ୍ଟେସନ ଉପଯୋଗକାରୀ କମିଟିର ବୈଠକ ଅନୁଷ୍ଠିତ

1 min read
Spread the love

ମଙ୍ଗଳବାର ରାଉରକେଲା ରେଳ ଷ୍ଟେସନ ଉପଯୋଗକାରୀ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଳ ଷ୍ଟେସନ ପରିଚାଳକଙ୍କ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ରାଉରକେଲା ରେଳ ଷ୍ଟେସନ ସମ୍ପର୍କୀତ ବିଭିନ୍ନ ଯାତ୍ରୀ ସୁବିଧା ପ୍ରସଙ୍ଗ ଆଲୋଚନା ହୋଇଥିଲା। ବନ୍ଧମୁଣ୍ଡା ରେଳବାଇ କ୍ଷେତ୍ର ପରିଚାଳକ ବା ଏରିଆ ମ୍ୟାନେଜର ଆର୍‌ କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହା ସହିତ ରେଳ ଷ୍ଟେସନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ଯଥାଶୀଘ୍ର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ପଟେ ଥିବା ଟିକେଟ କାଉଣ୍ଟର ଓ ଅନ୍ୟାନ୍ୟ ବ୍ୟବସ୍ଥା ପୂର୍ବ ଭଳି କାର୍ଯ୍ୟାରମ୍ଭ କରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହା ସହିତ ଆସନ୍ତା ଜୁଲାଇ ମାସ ସୁଦ୍ଧା ୬ ନଂ ଓ ୭ ନଂ ପ୍ଲାଟଫର୍ମ କାର୍ଯ୍ୟକ୍ଷମ ହେବା ସହ ନବନିର୍ମିତ ରାମ୍ପ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଥିଲା। ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ମଧ୍ୟରେ ଆରମ୍ଭ ହୋଇ ବନ୍ଦ ହୋଇଯାଇଥିବା ପ୍ରି-ପେଡ୍‌ ଅଟୋ ବ୍ୟବସ୍ଥା ପୁନଃ ଆରମ୍ଭ କରିବା, ମୋ-ବସ୍‌ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସହରରେ ଚଳାଚଳ କରୁଥିବା ମୋ-ବସ୍‌ ସେବାକୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ବର୍ଦ୍ଦିତ କରିବା, ୩ନଂ ଓ ୪ ନଂ ପ୍ଲାଟଫର୍ମରେ ସବୁ ସମସମୟରେ ପାନୀୟ ଜଳ ଉପଲବ୍ଧର ବ୍ୟବସ୍ଥା କରିବା, ଷ୍ଟେସନ୍‌ରେ ଚାଲିଥିବା ବୈଦ୍ୟୁତିକ ସିଢ଼ିକୁ ସବୁ ସମୟରେ କାର୍ଯ୍ୟକ୍ଷମର ବ୍ୟବସ୍ଥା କରିବା , ଷ୍ଟେସନ ପରିସରରେ ଏକ ଜନସୂଚନା କେନ୍ଦ୍ର ଖୋଲିବା ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ବୈଠକରେ ରେଳ ଷ୍ଟେସନ ଉପଯୋଗକାରୀ ପରିଷଦର ସଦସ୍ୟ ଅମିତାଭ ସାମଲ, ରିଶି ଆରୟା, ସତ୍ୟାନନ୍ଦ ବେହେରା, ଡା ବି କେ ଦାସ, ଡାଆର୍‌ କେ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ସମାଜସେବୀ ହେମା ଏକ୍କା ପ୍ରମୁଖଙ୍କ ସମେତ ରେଳ ଷ୍ଟେସନ ପରବନ୍ଧକ ପ୍ରଭାସ ଦାସ ଓ ଅନ୍ୟ ବରିଷ୍ଠ ରେଲବାଇ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!