ରାଉରକେଲାରୁ ବାହାରିଲେ ଶତାଧିକ ହଜ୍‌ ଯାତ୍ରୀ : ଶୁଭେଚ୍ଛା ଜଣାଇଲେ ସମ୍ପର୍କୀୟ

1 min read
Spread the love

ମୁସଲମାନମାନଙ୍କର ପବିତ୍ର ହଜ୍‌ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨୩ ଜଣ ବିଭିନ୍ନ ବର୍ଗର ହଜ୍‌ ଯାତ୍ରୀ ରାଉରକେଲାରୁ ସମଲେଶ୍ବରୀ ଏକ୍ସପ୍ରେସ ଯୋଗେ କୋଲାକାତା ଯାତ୍ରା କରିଛନ୍ତି। ହଜ୍‌ ଯାତ୍ରା ପାଇଁ ଆଗ୍ରହୀ ମୁସଲମାନ ଶ୍ରଦ୍ଧାଳୁମାନଙ୍କୁ ମୋଟ ୪୦ଦିନର ଯାତ୍ରା କରିବାକୁ ପଡ଼ିଥାଏ। କାରଣ ପ୍ରଥମେ ମକ୍କାରେ କିଛିଦିନ ରହି ବିଭିନ୍ନ ପ୍ରକ୍ରିୟା କରିବାକୁ ପଡ଼ିଥାଏ। ଏହାପରେ ମଦିନା ଓ ଅନ୍ୟସ୍ଥାନକୁ ଯିବାକୁ ପଡ଼ିଥାଏ। ପ୍ରତ୍ୟେକ ମୁସଲମାନ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ଥରେ ହଜ୍‌ ଯାତ୍ରା ନିମନ୍ତେ ଆଗ୍ରହୀ ଥାନ୍ତି । ଏହି ଯାତ୍ରା ନିମନ୍ତେ ଯାଉଥିବା ଜଣେ ବରିଷ୍ଠ ଶ୍ରଦ୍ଧାଳୁ ମହମ୍ମଦ ସମୀମଙ୍କ ସୂଚନା ମୁତାବକ ସମସ୍ତ ଶ୍ରଦ୍ଧାଳୁ ଆଗ୍ରହ ଓ ଶ୍ରଦ୍ଧାର ସହ ବାହାରିଛନ୍ତି। ତାଙ୍କ ସୂଚନା ମୁତାବକ ସମସ୍ତ ଯାତ୍ରୀ ରାଉରକେଲାରୁ କୋଲ୍‌କାତା ପହଞ୍ଚିବେ। ସେଠାରୁ ସେମାନେ ବିମାନ ସାହାଯ୍ୟରେ ସାଉଦି ଆରବର ପବିତ୍ର ସହର ମକ୍କା ଯାତ୍ରା କରିବେ। ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କର ପରିବାର ଓ ଆତ୍ମୀୟ ସ୍ବଜନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!