ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

1 min read
Spread the love

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା, ପୂର୍ବତନ ସାଂସଦ ତଥା ରାଉରକେଲା ବିଧାୟକ ଧନଞ୍ଜୟ ମହାନ୍ତିଙ୍କ  ୧୦୯ ତମ ଜୟନ୍ତୀ ସମାରୋହ ରାଉରକେଲା ଏବଂ କଟକର ୪୨ ମୌଜା ଠାରେ ଅନୁଷ୍ଠିତ ହୋଇଯାଇଛି । ଧନଞ୍ଜୟ ମହାନ୍ତି ସ୍ମାରକୀ ନିଧି ଆନୁକୂଲ୍ୟରେ ରାଉରକେଲାର ସିଭିଲଟାଉନସିପ ଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଧନୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ତଥା ଶ୍ରମିକ, କୃଷକ,ଓକିଲ ଓ କ୍ରୀଡାବିତଙ୍କ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ସ୍ମାରକୀ ନିଧି ର ସଭାପତି ବୈଦ୍ୟନାଥ ଦାସ ଙ୍କ ସଭାପତିତ୍ବ ଏବଂ ଉପସଭାପତି ପୁଷ୍ପା ଲେଙ୍କା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏଥିରେ ପି ପି ରାୟ, ପ୍ରଭାତ ମହାପାତ୍ର, କୀର୍ତ୍ତନ ଦାସ, ଅକ୍ଷୟ ଦାସ, ସୁଦାମ ଦାଶ, ନିରଞ୍ଜନ ଦାସ, ବାଦଲ ଶ୍ରୀଚନ୍ଦନ, ଡାକ୍ତର ୟୁ ସି ଜେନା, ଅମରେଶ ତ୍ରିପାଠୀ, ଦେବାନନ୍ଦ ବେହେରା, ଶଙ୍କର ନାୟକ, ବାସୁ ବାନାର୍ଜୀ, ରାଜୀବ ସିଂ, ଚନ୍ଦ୍ରଶେଖର ପାଢୀ, ମନୋରଞ୍ଜନ ଦାଶ,ଡଃ କିଶୋରୀ ଦାଶ,ପ୍ରଭୁ ସାହୁ, କିଶୋର ସାହୁ, ପ୍ରମୋଦ ସାହୁ, କୁଞ୍ଜବିହାରୀ ରାଉତ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ମା ଇନ୍ଦିରା ମହିଳା ଏସଏଚଜି ଗୃପ ତରଫରୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗୀତା ଦାସ, ଲୀଳାବତୀ ସାହୁ, କମଳା ବାହାଦୁର,ଅନିତା ତ୍ରିପାଠୀ, ଶୁଭଶ୍ରୀ ଦାସ, ସ୍ବର୍ଣ୍ଣ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

ସନ୍ଧ୍ୟାରେ ହୋଟେଲ ସୋଲାସ ଠାରେ ଶୈଳେନ୍ଦ୍ର ମହାନ୍ତି ଙ୍କ ଆବାହକତ୍ବରେ ମ୍ୟୁଜିକ ଥେରାପି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନିଲ୍ କୟାଲ, ଏମ ମାଲେଶ୍ବରୀ, ଅଭୟ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ  ଅନିଲ ବାୱରା, ନିଶି ନନ୍ଦ, ସ୍ମିତା ମିଶ୍ର, ଅଜୟ ଖଟୁଆ, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ରଂଜିତ ଓ ସୁନିଲ୍ କୟାଲ ପ୍ରମୁଖ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଦ୍ୟଯନ୍ତ୍ରରେ ସରୋଜ ପଣ୍ଡା, ରଜନୀଶ, ତୀର୍ଥ ନାଥ, ବିଶ୍ବନାଥ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟପକ୍ଷରେ କଟକ ୪୨ମୌଜା ଠାରେ ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏଥିରେ ତ୍ରିନାଥ ମହାନ୍ତି, ବଜେନ୍ଦ୍ର ମହାନ୍ତି , ବିଶ୍ବମ୍ବର, ବାନାମ୍ବର, ଦିଗମ୍ବର ଓ ବିଶ୍ବନାଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବେଣ୍ଟକାର ସ୍ଥିତ ଆନନ୍ଦ ଆଶ୍ରମରେ ଅନ୍ତେବାସୀଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଶେଷରେ ମୁଖ୍ୟ ଆବାହକ ଶୈଳେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!