ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବନ୍ଧମୁଣ୍ଡାରେ ଚିତ୍ରକଳା ପ୍ରତିଯୋଗିତା

1 min read
Spread the love

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ବନ୍ଧମୁଣ୍ଡାର ସହୀଦ ଭାଗବତ ସିଂ କ୍ଲବ ପରିସରରେ ଗଣମାଧ୍ୟମ କର୍ମୀଙ୍କ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପିଲାମାନେ ସେମାନଙ୍କର ଦକ୍ଷତା ଅନୁଯାୟୀ ଏକରୁ ଅଧିକ ଭଲ ଚିତ୍ରକଳା ପ୍ରସ୍ତୁତ କରିଥିଲେ। ଏହି ପ୍ରତିଯୋଗିତା ତତ୍ତ୍ୱାବଧାନରେ ହୋଇଥିଲା। ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ ଅନୁଷ୍ଠିତ ହୋଇଥିଲା, ଏଥିରେ ନର୍ସରୀରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରାଉରକେଲା ସବଷ୍ଟେସନର ମହା ପ୍ରବନ୍ଧକ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାସଙ୍କ ସମେତ ଆଇ.ରାଜା ରମେଶ, ମାଣିକ ସୌଧୁରୀ, ଭାରତୀ ସିଂ, ସାମ୍ବାଦିକ ଆମିୟ ରଂଜନ ପାରିଡ଼ା, ଚନ୍ଦନ ତରାଇ, ଜାହାଙ୍ଗୀର ହକ, ସୁପ୍ରିୟା ତନ୍ତୀ ପ୍ରମୁଖ ଯୋଗଦେଇଥିଲେ। ଶ୍ରୀ ପଣ୍ଡା ଏହି ଅବସରରେ ତାଙ୍କ ବକ୍ତବ୍ୟରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଏହିଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!