ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ଝିରପାଣିରେ ଶ୍ରଦ୍ଧାଞ୍ଜଳି ସଭା
1 min read
ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ ଧକ୍କା ହୋଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଶତାଧିକ ଲୋକର ମୃତ୍ୟୁ ଘଟିଛି। ଅହି ଘଟନାକୁ ଦେଖି ପୁରା ଭାରତରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଏହି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ଝିରପାନୀରେ ଏକ ମହମବତୀ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଅଲ ଇଣ୍ଡିଆ ଡେଭଲପମେଣ୍ଟ ଟ୍ରଷ୍ଟ, ଇଣ୍ଡିଆନ୍ ପିପୁଲସ୍ ଡେଭଲପ୍ମେନଟ୍ ଅର୍ଗାନାଇଜେସନ୍ , ଇଣ୍ଡିଆନ ଚେମବର୍ସ ଓଫ୍ କମର୍ସ ଫର ଏସସି ଏଣ୍ଡ ଏସଟି ଏଣ୍ତରପ୍ରେନ୍ୟୁୟର୍ସ ସଙ୍ଗଠନ ଦ୍ବାରା ଆୟୋଜିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳିରେ ଝିରପାଣି ସରପଞ୍ଚ ଅଜିତ ତିର୍କି , ସାମାଜିକ କର୍ମୀ ହେମା ଏକ୍କା, ଗୌରୀ କୁମ୍ଭାର, ବନ୍ଦିତା ମାହାତୋ, ରୀନା ମିଶ୍ର, ନିବେଦିତା ସିଂ, ବିଣାପାଣି ଦାସ, ସାବିତ୍ରୀ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।